ସୁପ୍ରିମକୋର୍ଟରେ ନିଯୁକ୍ତ ୪ ବିଚାରପତି

ଗୁରୁବାର ରାତିରେ ଚାରି ଜଣ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମ୍ କୋର୍ଟକୁ ପଦୋନ୍ନତି ମିଳିଛି। କଲେଜିୟମ୍ ସରକାରଙ୍କୁ ସେମାନଙ୍କ ନାମ ସୁପାରିସ କରିବାର ୪୮ ଘଣ୍ଟା ମଧ୍ୟରେ ଆଇନ ମନ୍ତ୍ରାଳୟ ସେମାନଙ୍କ ନିଯୁକ୍ତି ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଛି।
ଜଷ୍ଟିସ୍ ହେମନ୍ତ ଗୁପ୍ତ, ଅଜୟ ରୋସ୍ତଗି, ଏମ୍ ଆର୍ ଶାହା ଏବଂ ଆର୍ ସୁଭାଷ ରେଡ୍ଡୀଙ୍କୁ ଶୀର୍ଷ ଅଦାଲତର ବିଚାରପତି ନିମନ୍ତେ ପଦୋନ୍ନତି ଦେବାକୁ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ମଙ୍ଗଳବାର ଦିନ ସୁପ୍ରିମ୍ କୋର୍ଟ କଲେଜିୟମ୍ ନାମ ସୁପାରିସ କରିଥିଲେ।
ଜଷ୍ଟିସ୍ ଗୁପ୍ତ ସଂପ୍ରତି ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି। ଜଷ୍ଟିସ୍ ରୋସ୍ତଗି ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି, ଜଷ୍ଟିସ୍ ଶାହା ପାଟନା ହାଇକୋର୍ଟର ଇନ୍କ୍ୟୁବ୍ମେଣ୍ଟ ମୁଖ୍ୟ ବିଚାରପତି ଏବଂ ଜଷ୍ଟିସ୍ ରେଡ୍ଡୀ ଗୁଜରାଟ ହାଇ କୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି।
ଉକ୍ତ ହାଇକୋର୍ଟଗୁଡ଼ିକରେ କାର‌୍ୟ୍ୟନିର୍ବାହୀ ମୁଖ୍ୟ ବିଚାରପତିଙ୍କ ନାମ ତାଲିକା ମଧ୍ୟ ମନ୍ତ୍ରାଳୟ ବିଜ୍ଞପ୍ତିରେ ପ୍ରକାଶ କରିଛି।
ନୂତନ ବିଚାପତିମାନେ କାର‌୍ୟ୍ୟଭାର ଗ୍ରହଣ କଲେ ସୁପ୍ରିମ୍ କୋର୍ଟର ସାମର୍ଥ୍ୟ ୨୮କୁ ବୃଦ୍ଧି ପାଇବ।
ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ୨୪ ଜଣ ବିଚାରପତି ଥିବା ବେଳେ ଏହାର ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୩୧ ଅଟେ।

Share

Leave a Reply

Your email address will not be published. Required fields are marked *

one + ten =