ରେଜେନ୍ସା ବିଶ୍ୱ ବିଦ୍ୟାଳୟରେ ଖାଲି ପଡିଛି ୧୮୮ ଶିକ୍ଷକ ପଦବୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ଥିବା ପଦବୀ ନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ଯେ, ‘ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଓ ୧୬୬୦ଟି ଅଣଶିକ୍ଷକ ପଦବୀ ଖାଲି ଅଛି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୧୮୮ଟି ପ୍ରଫେସର ପଦବୀ ସହ ୧୬୨ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୨୬ଟି ପ୍ରଫେସର ପଦବୀ ସହ ୬୭୯ଟି ଅଣଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ରାଜେନ୍ଦ୍ରରେ ୧୨୬ ପଦବୀ, କଳାହାଣ୍ଡିରେ ୧୧୨, ରମାଦେବୀରେ ୧୦୧, ବ୍ରହ୍ମପୁରରେ ୮୦, ଏମପିସିରେ ୭୬ ପଦବୀ ଖାଲି ପଡିଛି ।

ଏହା ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୬୧ଟି ପ୍ରଫେସର ପଦବୀ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୯, ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ୭୬, ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୪୨, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୬୬ଟି ପ୍ରଫେସର ପଦବୀ ଖାଲି ପଡ଼ିଛି । ଖାଲି ପଡ଼ିଥିବା ପ୍ରଫେସର ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଚୟନ ପ୍ରକ୍ରିୟା ଜାରି ରହିଛି । ଅଣଶିକ୍ଷକ ପଦବୀ ପୂରଣ ରାଜ୍ୟ ପ୍ରବରଣ ମଣ୍ଡଳୀ ମାଧ୍ୟମରେ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

Share

Leave a Reply

Your email address will not be published. Required fields are marked *

thirteen + two =