ପ୍ରେମିକାକୁ ମାରି ଛୁ ହେଲା ପ୍ରେମିକ

ଭୁବନେଶ୍ୱର: ବାହା ହୋଇ ନଥିଲେ, ସାଙ୍ଗ ହୋଇ ରହୁଥିଲେ । ପ୍ରେମିକ ପ୍ରେମିକା ଘର ଭଡ଼ା ନେଇ ଗୋଟିଏ ଘରେ ରହୁଥିଲେ । ଆଉ ଏବେ ବନ୍ଦଘରୁ ଉଦ୍ଧାର ହୋଇଛି ପ୍ରେମିକାର ମୃତଦେହ । ଦୀର୍ଘ ୩ରୁ ୪ଦିନ ହେବ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ରାଜଧାନୀ ଭୁବନେଶ୍ୱର ବରମୁଣ୍ଡା ନିକଟସ୍ଥ ମହାବୀର ବସ୍ତିରୁ ଉଦ୍ଧାର ହୋଇଛି ଯୁବତୀଙ୍କ ମୃତଦେହ । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦା ଲାଗି ପଠାଇ ଦେଇଛି ।

୧୫ଦିନ ତଳେ ଘର ଭଡ଼ା ନେଇଥିଲେ ପ୍ରେମୀ ଯୁଗଳ । ଉଭୟ ଘର ଛାଡ଼ି ପଳାଇ ଆସିଥିବା କହିଛନ୍ତି ପଡୋଶୀ । ସେମାନେ ପ୍ରଥମେ ପ୍ରଥମେ ଘରୁ ବାହାରୁ ନଥିଲେ । ସବୁବେଳେ ସେମାନେ ଘର ବନ୍ଦ କରି ରହୁଥିଲେ । ତେବେ ଗତ ଶନିବାର ରାତିରେ ପ୍ରେମିକ ତର ବରିଆ ଭାବେ ଘର ଛାଡ଼ି ପଳାଇଥିବା କହିଛନ୍ତି ଲୋକେ । ଆଉ ଆଜି ଘରୁ ପଚା ଗନ୍ଧ ବାହାରିବା ପରେ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରୁ ଗୋଟିଏ ଧାରୁଆ ଅସ୍ତ୍ର ଜବତ କରିଛି । ତେବେ ମୃତ ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ଫେରାର ରହିଛି ପ୍ରେମିକ ।

Share

Leave a Reply

Your email address will not be published. Required fields are marked *

16 − 4 =