ମାଙ୍କ କଥା ମାନିବାରୁ …

() ଟ୍ରେନ ଲାଇନ ପାଖରେ ବିଟ୍ଟୁ ଦେବୀଙ୍କ ଘର । ତେଣୁ ଟ୍ରେନ ଲାଇନ ଉପରେ ବିଭିନ୍ନ ଘଟଣା ଓ ଅଘଟଣକୁ ସେ ଦେଖନ୍ତୁ । ଏପରିକି ଥରେ ଟ୍ରେନ ସମ୍ମୁଖରେ ଜଣେ ଲୋକ ଆତ୍ମହତ୍ୟା କରୁଥିବା ମଧ୍ୟ ଦେଖିଛନ୍ତି। ଗତକାଲିର ଅମୃତସର ଟ୍ରେନ ଦୁର୍ଘଟଣା ପରେ ବିଟ୍ଟୁ ଦେବୀ ନିଜକୁ ଖୁବ ଭାଗ୍ୟବତୀ ମନେ କରନ୍ତି । ଆଉ ତାଙ୍କ ପୁଅ କିଶୋର ପବନ ବି ମାଙ୍କ କଥା ମାନି ରକ୍ଷା ପାଇଯାଇଥିବାରୁ ମା ତା ପାଇଁ ଭଗବାନ ପାଲଟିଯାଇଛନ୍ତି ।

ଗତକାଲିର ଦୁର୍ଘଟଣାରେ ୪୩ ବର୍ଷୀୟା ବିଟ୍ଟୁ ଦେବୀଙ୍କ କେହି ବିନ୍ଦୁ ପରିଜନଙ୍କ ମୃତ୍ୟୁ ଘଟିନାହିଁ। କିନ୍ତୁ ସେ ନିଜ ଆଖିରେ ବିଭିନ୍ନ ଶ୍ରେଣୀର ପୁରୁଷ, ମହଳା ଓ ଶିଶୁଙ୍କ ଉପରେ ଟ୍ରେନ୍‌ ଚଢି ଯାଉଥିବାର ଭୟାନକ ଦୃଶ୍ୟ ଦେଖିଥିଲେ।

ତାଙ୍କ ପୁଅ କିଶୋର ପବନ ବି ଏହି ଭୟାନକ ଦୁର୍ଘଟଣାକୁ ନିଜ ଆଖିରେ ଦେଖିଛନ୍ତି। ୧୭ ବର୍ଷୀୟ ପବନ କହିଛନ୍ତି ଯେ ନିଜ ଘରେ ସାଜସଜ୍ଜା ଚାଲିଥାଏ। ଏଥିପାଇଁ ତାଙ୍କ ମାଆ କିଶୋର ପବନଙ୍କୁ ଘରେ ଦୀପ ଲଗାଇବାକୁ କହିଲେ। ପବନ ପ୍ରଥମେ ମନା କରୁଥିଲେ, କାରଣ ତାଙ୍କର ସାଙ୍ଗମାନେ ରେଳ ଧାରଣା ଉପରେ ଠିଆ ହୋଇ ରାବଣ ପୋଡ଼ି ଦେଖୁଥିଲେ। କିନ୍ତୁ ମାଆଙ୍କ ଅନୁରୋଧକୁ ରଖି ପବନ ଘରେ ରହି ଦୀପ ଜଳାଇଥିଲେ। ଏହି ଦୁର୍ଘଟଣାରେ ପବନ ନିଜର ବହୁ ସାଙ୍ଗକୁ ହରାଇଲେ । କିନ୍ତୁ ମାଙ୍କ କଥା ମାନିଥିବାରୁ ନିଜେ ବଂଚିଯାଇଛନ୍ତି । ଏଥିପାଇଁ ସେ ନିଜକୁ ଭାଗ୍ୟବାନ ମନେକରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 3 =