ନାସାର ସନ୍ଧାନ ଲୁହାର ଭଣ୍ଡାର

ନୂଆଦିଲ୍ଲୀ() ନାସା ଏମିତି ଏକ କ୍ଷୁଦ୍ର ଗ୍ରହର ସନ୍ଧାନ କରିଛି ଯାହା ସଂପୂର୍ଣ୍ଣ ରୂପେ ଲୁହାରେ ନିର୍ମିତ। ନାସା ଏହି କ୍ଷୁଦ୍ର ଗ୍ରହର ନାମ ୧୬ ସାଇକି ରଖିଛି। ଏହି ଗ୍ରହରେ ଥିବା ଲୁହାର ମୋଟ୍ ମୂଲ୍ୟ ପ୍ରାୟ ୮୦୦୦ କ୍ଵାଡ୍ରିଲିୟନ ପାଉଣ୍ଡ ଅର୍ଥାତ ୮୦୦୦ ପଛରେ ୧୫ ଜିରୋ ରହିବ। ବ୍ରିଟିଶ ମ୍ୟାଗଜିନ ଦ ଟାଇମ୍ସ ଅନୁସାରେ ୮୦୦୦ କ୍ଵାଡ୍ରିଲିୟନ ପାଉଣ୍ଡ(୮,୦୦୦,୦୦୦,୦୦୦,୦୦୦,୦୦୦,୦୦୦) ଅର୍ଥାତ ପୃଥିବୀରେ ବସବାସ କରୁଥିବା ପ୍ରତ୍ୟେକ ଲୋକଙ୍କୁ ୧ ବିଲିୟନ ପାଉଣ୍ଡ ଅର୍ଥାତ ୯୬୨୧ କୋଟି ଟଙ୍କା ମିଳିବ।

ନାସା ସ୍ପେସ୍ ଏକ୍ସର ମାଲିକ ଏଲନ ମକ୍ସଙ୍କ ସହାୟତା ଲୋଡି କହିଛି ଯେ, ସେମାନେ ଏହି ଗ୍ରହରେ ଥିବା ଲୁହାର ଯାଞ୍ଚ ପାଇଁ ନିଜର ମହକାଶଯାନ ମିଶନ ଆରମ୍ଭ କରନ୍ତୁ। ଏହି ଗ୍ରହର ବ୍ୟାସ୍ ୨୨୬ କିଲୋମିଟର। ଏହା ସୂର୍ୟ୍ୟକୁ ପରିକ୍ରମା କରିବାରେ ପାଞ୍ଚ ବର୍ଷ ସମୟ ଲାଗିଥାଏ।

ଏହି କ୍ଷୁଦ୍ର ଗ୍ରହର ଓଜନ ପୃଥିବୀର ଚନ୍ଦ୍ରର ଓଜନର ପାଖାପାଖି ୧ ପ୍ରତିଶତ ହେବ। ମାତ୍ର ଏହି ଗ୍ରହଟି ସଂପୂର୍ଣ୍ଣ ଭାବେ ଲୁହାରେ ଭରି ରହିଛି। ଏହା ମଙ୍ଗଳ ଓ ବୃହସ୍ପତି ଗ୍ରହ ମଧ୍ୟରେ ରହିଛି।

Share

Leave a Reply

Your email address will not be published. Required fields are marked *

sixteen + twelve =