ରେପୋ ରେଟକୁ ନେଇ ଆରବିଆଇର ବଡ଼ ଘୋଷଣା

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ତାହାର ଆର୍ଥିକ ନୀତିର ସମୀକ୍ଷା ଅବସରରେ ରେପୋ ରେଟ ୪%, ଏମଏସଏଫ ୪.୨୫% ଏବଂ ରିଭର୍ସ ରେପୋ ରେଟ୍ ୩.୩୫%ରେ ଅପରିବର୍ତ୍ତିତ ରଖିଛି। ମୁଖ୍ୟ ପଲିସି ରେଟଗୁଡିକ ଅପରିବର୍ତ୍ତିତ ରଖିବା ସପକ୍ଷର ଆରବିଆଇ ଆର୍ଥିକ ନୀତି କମିଟି ୫:୧ ମତ ଦେଇଥିଲେ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ଦୁଇମାସ ଧରି ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬%ରୁ ଅଧିକ ରହୁଥିଲେ ମଧ୍ୟ ଆରବିଆଇ ତାହାକୁ ଅଣଦେଖା କରି ମୁଖ୍ୟ ପଲିଟି ରେଟଗୁଡିକ ଅପରିବର୍ତ୍ତିତ ରଖିଛି।

Share

Leave a Reply

Your email address will not be published. Required fields are marked *

1 × 5 =