ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ମହିଳା ହକି ଟିମ୍ ସହ କଥା ହେଲେ

ଭୁବନେଶ୍ୱର: ଗ୍ରେଟ୍ ବ୍ରିଟେନଠାରୁ ବ୍ରୋଞ୍ଚ ପଦକ ଲାଗି ଲଢ଼ୁଥିବା ବେଳେ ଭାରତୀୟ ମହିଳା ଦଳ ପରାସ୍ତ ହୋଇଛି । ତେବେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣି ନେଇଛି ଦଳ । ଯାହାକୁ ନେଇ ସାରା ଦେଶରୁ ଛୁଟିଛି ପ୍ରଂଶସାର ସୁଅ । ଏହି ଅବସରରେ ମହିଳା ଟିମ୍ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଉଚ୍ଚକୋଟିର ଖେଳ ଲାଗି ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଂଶସା କରିଥିବା ଦେଖିବାକୁ ମିଳିଛି । ଲଢ଼ୁଆ ପ୍ରଦର୍ଶନ କରି ଅଲିମ୍ପିକ୍ସରେ ଦବଦବା ଜାରି ରଖିଥିବାରୁ ପ୍ରଂଶସା ସୁଅ ଛୁଟିଛି । ପ୍ରଥମଥର ଲାଗି ମହିଳା ହକି ଟିମ ସେମିଫାଇନାଲରେ ପ୍ରବେଶ କରିଛି ।

ମୋଦୀ କହିଥିଲେ, ଆପଣମାନଙ୍କ ପାଇଁ ଗର୍ବ ଅନୁଭବ କରୁଛି ଦେଶ । ହକିର ପରିଚୟକୁ ପୁର୍ନଜୀବିତ କରିଥିବା କହିଛନ୍ତି ମୋଦୀ । ଏବଂ ନିରାଶ ହେବାର ନାହିଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଅନେକ ଦଶକ ପରେ ଦେଶରେ ହକି ପୁଣି ପୁର୍ନଜୀବିତ ହୋଇଛି । ଏବଂ ଆପଣମାନଙ୍କ କଷ୍ଟ ଯୋଗୁଁ ଏହା ସମ୍ଭବପର ହୋଇଛି ବୋଲି କହିଛନ୍ତି ମୋଦୀ ।
ମହିଳା ହକି ଟିମ୍ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ ନବୀନ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗ୍ରେଟ୍ ବ୍ରିଟେନ୍ ବିରୋଧରେ ସଂଘର୍ଷପୂର୍ଣ୍ଣ ବ୍ରୋଞ୍ଚ ଲଢ଼େଇରେ ପରାସ୍ତ ହୋଇଥିଲେ ସୁଧା ମନୋବଳ ଦୃଢ଼ କରିବାକୁ ନବୀନ କହିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରିଛି ମହିଳା ହକି ଟିମ୍ । ଦଳରେ ଦୁଇଜଣ ଓଡ଼ିଆ ଖେଳାଳି ଅଛନ୍ତି । ଉପଅଧିନାୟିକା ତଥା ଡିଫେଣ୍ଡର ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ସାବାସି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

15 − 5 =