60 ଦିନ ଘୁଞ୍ଚିଲା ପାଟକୁରା ନିର୍ବାଚନ

ଭୁବନେଶ୍ୱର () ବାତ୍ୟା ଫନିର କ୍ଷୟକ୍ଷତି ଓ ଭୟାବହତା ଦୃଷ୍ଟିରୁ ପାଟକୁରା ନିର୍ବାଚନକୁ 60 ଦିନ ଘୁଞ୍ଚାଇଦିଆଯାଇଛି । ନିର୍ବାଚନ ପାଇଁ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।

2019 ସାଧାରଣ ନିର୍ବାଚରେ ପାଟକୁରା ପାଇଁ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଧାର୍ଯ୍ୟ ହୋଇଥିଲା । କିନ୍ତୁ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ ଗତ 24 ତାରିଖରେ ମେ 19 ତାରିଖରେ ନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏବେ କିନ୍ତି ଫନିରେ ହୋଇଥିବା କ୍ଷୟକ୍ଷତିର ପୁନର୍ଗଠନ ଓ ରିଲିଫକୁ ଦୃଷ୍ଟିରେ ରଖି 60 ଦିନ ପାଇଁ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି । ନିର୍ବାଚନର ତାରିଖ ପରେ ଘୋଷଣା ହେବ ।

Share

Leave a Reply

Your email address will not be published. Required fields are marked *

6 + 17 =