ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ଭାଙ୍ଗୁଛି କରୋନା ଚେନ୍ । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହାର ତଳମୁହାଁ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୬୮ ଓ ସ୍ଥାନୀୟ ସଂକ୍ରମିତ ୨୬୨ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୧୧୬ ଜଣ ରହିଥିବା ଜଣାଯାଇଛି। ଅନୁଗୁଳ ଜିଲାରୁ ୫, ବାଲେଶ୍ୱର ୨୩, ବରଗଡ ୪, ଭଦ୍ରକ ୧୦, ବଲାଙ୍ଗିର ୩ ଓ ବଉଦ ଜିଲାରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକରୁ ୧୧୮, ଦେବଗଡ ୪, ଢେଙ୍କାନାଳ ୧୨, ଗଜପତି ୩, ଗଞ୍ଜାମ ୩, ଜଗତସିଂହପୁରରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି।

ଯାଜପୁର ଜିଲାରେ ୩୨, ଝାରସୁଗୁଡା ୧, କଳାହାଣ୍ଡି ୧, କନ୍ଧମାଳ ୨ ଓ କେନ୍ଦ୍ରାପଡାରୁ ୮ ଚିହ୍ନଟ ହୋଇଛନ୍ତି। କେନ୍ଦୁଝରରେ ୪, ଖୋର୍ଦ୍ଧା ୨୨୧, କୋରାପୁଟରେ ୯, ମାଲକାନଗିରି ୪, ମୟୁରଭଞ୍ଜ ୨୦, ନବରଙ୍ଗପୁର ୨, ନୟାଗଡରେ ୧୭ ଚିହ୍ନଟ ହୋଇଛନ୍ତି। ନୂଆପଡାରୁ ୧, ପୁରୀ ୧୬, ରାୟଗଡା ୭, ସମ୍ବଲପୁର ୧୩, ସୁନ୍ଦରଗଡ ୨୨, ଷ୍ଟେଟପୁଲରୁ ୫୩ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୬୮୯ ସୁସ୍ଥ ହୋଇଛନ୍ତି। ଏଥିସହିତ ସଂପ୍ରତି ରାଜ୍ୟରେ ୭୦୨୦ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

three × three =