ପୂର୍ବତନ ସାଂସଦଙ୍କୁ ଚେତାବନୀ

ନୂଆଦିଲ୍ଲୀ() ସରକାରୀ ଘର ଖାଲି କରୁ ନଥିବା ପୂର୍ବତନ ସାଂସଦଙ୍କୁ ଚେତାବନୀ ଦିଆଯାଇଛି ।

ସୂଚନା ଅନୁସାରେ , ପୂର୍ବତନ ସାଂସଦମାନଙ୍କୁ ଅନେକ ଥର ଘର ଖାଲି କରିବାକୁ ଚେତାବନୀ ଦିଆ ଯାଇଛି । ଏହାସହ ବିଜୁଳି ଏବଂ ପାଣି କନେକ୍ସନ କାଟିବାର ଚେତାବନୀ ମଧ୍ୟ ଦିଆ ସରିଛି । ହେଲେ ବର୍ତ୍ତମାନ ସୁଦ୍ଧା ପାଞ୍ଚ-ଛଅ ଜଣ ପୂର୍ବ ସାଂସଦ ନିଜର ସରକାରୀ ବାସଭବନ ଖାଲି କରି ନାହାନ୍ତି ଏବଂ ତାଲା ମାରି ଚାଲି ଯାଇଛନ୍ତି ।

ସରକାର ନିଷ୍ପତ୍ତି ନେଇଛନ୍ତି ଯେ ପଞ୍ଚନାମା ପ୍ରସ୍ତୁତ କରି ତାଲା ଭଙ୍ଗାଯିବ ଏବଂ ଜିନିଷ ବାହାରକୁ କଡାଯିବ । ସେପଟେ ବର୍ତ୍ତମାନ ସୁଦ୍ଧା ୧୭ତମ ଲୋକସଭାର ୭୬ ଜଣ ନୂଆ ସାଂସଦଙ୍କୁ ସରକାରୀ ଆବାସ ମିଳିନାହିଁ । ସାଂସଦମାନେ ୱେଷ୍ଟର୍ନ କୋର୍ଟ ଏବଂ ପ୍ରଦେଶ ଭବନ ଗୁଡିକରେ ରହୁଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − 13 =