ଯୁବ ଗୋଷ୍ଠିର ୟୁଥ ଆଇକନ ନବୀନ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଗୋଷ୍ଠିର ନୂଆ ୟୁଥ ଆଇକନ । ମେକ ଇନ ଓଡିଶାରୁ ହକି ବିଶ୍ବକପ, ସବୁଠି ନବୀନଙ୍କ ଫୋକସରେ ୟୁଥ ବା ଯୁବ ଗୋଷ୍ଠି । ସବୁ କ୍ଷେତ୍ରରେ ଯୁବ ଗୋଷ୍ଠିକୁ ପ୍ରାଧାନ୍ୟ । ନିଜ ଟିମରେ ଯୁବ ପ୍ରଶାସକଙ୍କ ସହ ବିଜେଡିରେ ଯୁବ ନେତା ଏବଂ ରାଜ୍ୟର ବିକାଶରେ ମଧ୍ୟ ଯୁବଙ୍କ ଭାଗିଦାରିତା, ସବୁଠି ଯୁବକଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ଆସନ୍ତାକାଲିର ଭବିଷ୍ୟତ ହେଉଛନ୍ତି ଯୁବକ ।

ରାଜ୍ୟରେ ଶିଳ୍ପର ବିକାଶର ଧାରାକୁ କ୍ଷୀପ୍ର କରିବାରେ ନବୀନ ଯେତିକି ଗୁରୁତ୍ବ ଦେଉଛନ୍ତି ରାଜ୍ୟରେ କ୍ରିଡାର ବିକାଶକୁ ମଧ୍ୟ ସମ ପରିମାଣରେ ପ୍ରଧାନ୍ୟ ଦେଉଛନ୍ତି । ଶିଳ୍ପର ବିକାଶ ପାଇଁ ନବୀନ ଭିଜନ 2025 ପ୍ରସ୍ତୁତ କରିଛନ୍ତି । ଏହି ସମୟ ମଧ୍ୟରେ ରାଜ୍ୟରେ ଅଢେଇ ଲକ୍ଷ କୋଟି ଟଙ୍କାର ପୁଂଜି ନିବେଶ ହେବ । ଏହାଦ୍ବାରା ସିଧାସଳଖ ଭାବେ 30 ଲକ୍ଷ ଯୁବକ ପାଇବେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି । ଏହି ମୋଟୋ ନେଇ ମେକ ଇନ ଓଡିଶାର ଦ୍ବିତୀୟ ସଂସ୍କରଣ ଆୟୋଜିତ ହୋଇଥିଲା ।

ସେହିଭଳି ଓଡିଶାରେ କ୍ରିଡାର ବିକାଶ ପାଇଁ ମଧ୍ୟ ନବୀନ ଆରମ୍ଭ କରିଥିବା ଅଭିଯାନରେ ଫୋକସରେ ରହିଛନ୍ତି ଯୁବକ । କ୍ରିଡାରେ ନବୀନଙ୍କ ଲକ୍ଷ ହେଉଛି ଆଗାମୀ ଦିନରେ ଭୁବନେଶ୍ବର ଦେଶର ସ୍ପୋର୍ଟସ କ୍ୟାପିଟାଲ ଭାବେ ପରିଚିତ କରିବା । ଏହି ଲକ୍ଷ୍ୟରେ ମଧ୍ୟ ଫୋକସ ହେଉଛନ୍ତି ଯୁବ ଗୋଷ୍ଠି । ନବୀନଙ୍କ ମତରେ କ୍ରିଡା ହେଉଛି ଯୁବକଙ୍କ ପାଇଁ । ତେଣୁ କ୍ରିଡା କ୍ଷେତ୍ରରେ ପୁଂଜି ନିବେଶ ଅର୍ଥ, ଯୁବକଙ୍କ ପାଇଁ ପୁଂଜି ନିବେଶ । ଯୁବକ ମାନେ ହେଉଛନ୍ତି ଆଗାମୀକାଲିର ଭବିଷ୍ୟତ । ତେଣୁ ସେମାନଙ୍କ ପାଇଁ ପୁଂଜିନିବେଶ ଅର୍ଥ ଭବିଷ୍ୟତ ପାଇଁ ପୁଂଜି ନିବେଶ ।

କ୍ରିଡା ଭିତରେ ହକି ହେଉଛି ଏମିତି ଏକ ଖେଳ ଯାହା ଯୁବକଙ୍କ ଶକ୍ତି, ମନୋବଳ, ସଂଜମତା, କର୍ତ୍ତବ୍ୟନିଷ୍ଠା ଓ ଏକାଗ୍ରତାକୁ ବୃଦ୍ଧି କରେ । ଏହା ଆମ ମଧ୍ୟରେ ଥିବା ଦୂରତାକୁ ସଂକୁଚିତ କରେ ଏବଂ ଭାତୃଭାବ ସୃଷ୍ଟି କରେ । ଯୁବକଙ୍କ ପାଇଁ ଏହି ଖେଳ ବେଶ ମହତ୍ବପୂର୍ଣ୍ଣ । ତେଣୁ କ୍ରିଡାର ବିକାଶରେ ନବୀନ ହକିକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ।

ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ନବୀନ ସେହିଭଳି ଯୁବ ଅଫିସରଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି । ସେ ଡକ୍ଟର ବିଶାଳ ଦେବ ହୁଅନ୍ତୁ ବା କ୍ରିଷ୍ଣନ କୁମାର, ଭିନିଲ କ୍ରିଷ୍ଣା, ପ୍ରଦୀପ ଜେନା, ଶାସ୍ବତ ମିଶ୍ର । ଯୁବ ଅଫିସରମାନେ ଏବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରୁଛନ୍ତି । ସେହିଭଳି ରାଜନୀତିରେ ମଧ୍ୟ ନବୀନ ଯୁବକଙ୍କ କାନ୍ଧରେ ବିଜେଡିର ସାଙ୍ଗଠନିକ ଦାୟିତ୍ବ ଛାଡିଛନ୍ତି । ସଂଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପୁଷ୍ପେନ୍ଦ୍ର ସିଂହଦେଓ, ଦେବାଶିଷ ସାମନ୍ତରାୟ ଭଳି ନେତାମାନେ ଏବେ ବିଜେଡିର ସାଂଗଠନିକ ଦାୟିତ୍ବ ନିର୍ବାହର ଭାର ସମ୍ଭାଳୁଛନ୍ତି । ସେଇମାନେ ହିଁ ବିଜେଡିର ଶକ୍ତି ଓ ସମାର୍ଥ୍ୟ । ତେଣୁ ରାଜନୀତି ହେଉ ପ୍ରଶାସନ କି କ୍ରିଡା ଓ ନିଯୁକ୍ତି ସବୁଠି ଯୁବକଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ନବୀନ ଯୁବ ଗୋଷ୍ଠି ପାଇଁ ୟୁଥ ଆଇକନ ପାଲଟିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve + 11 =