ଏହି କାମ ନକରିବାକୁ ଯୁବତୀ କରନ୍ତି ବାହାନା

ମହିଳା ସାଧାରଣତଃ ପାଠପଢ଼ା ସରିବା ପରେ ନିଜ କ୍ୟାରିୟର ଗଢ଼ିବା ପାଇଁ ମନ ବଳାଇଥାନ୍ତି। କିନ୍ତୁ ଏହି ସମୟରେ ମାତାପିତାଙ୍କ ମନରେ ରହିଥାଏ ଝିଅର ବାହାଘର ଚିନ୍ତା। କିନ୍ତୁ ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତ ମହିଳା ଆତ୍ମନିର୍ଭରଶୀଳ ହେବା ସହ ନିଜ ଗୋଡ଼ରେ ନିଜେ ଠିଆ ହେବା ପାଇଁ ଚେଷ୍ଟା କରିଥାନ୍ତି। ଏଣୁ ଏହି ସମୟରେ ବିବାହ ବିଷୟରେ ଆଲୋଚନା ହେବା ମାତ୍ରେ ମହିଳା କରିଥାନ୍ତି ଅନେକ ପ୍ରକାରର ବାହାନା। ତେବେ ଆପଣଙ୍କ ପ୍ରେମିକା ବା ପାଖରେ ଥିବା କୌଣସି ମହିଳା ଯଦି କରୁଛନ୍ତି ଏପରି ବାହାନା ତେବେ ଜାଣି ରଖନ୍ତୁ ତାହା ପଛର କାରଣ।
ବିବାହ ନକରିବା ପାଇଁ ମହିଳା କରନ୍ତି ଏହି ବାହାନା
-ପ୍ରାୟତଃ ମହିଳାଙ୍କୁ ବିବାହ ବିଷୟରେ ପଚରାଯିବା ମାତ୍ରେ ସେ ଏବେ ପାଠ ପଢ଼ିବାକୁ ଚାହୁଁଛନ୍ତି କହିଥାନ୍ତି। ଏହା ଛଡ଼ା ବିବାହ କଥା କହି ତାଙ୍କର ଏକାଗ୍ରତାକୁ ନଭାଙ୍ଗିବା ପାଇଁ ମଧ୍ୟ ଜିଦ୍ ଧରିଥାନ୍ତି।
-କିଛି ମହିଳା ବିବାହ ନକରିବା ପାଇଁ ଏକ ଅଭିନବ ଉପାୟ ଭାବିଥାନ୍ତି। ସେମାନେ କହିଥାନ୍ତି କି ତାଙ୍କୁ ପୁରୁଷଙ୍କ ପ୍ରତି କୌଣସି ଇଛା ନାହିଁ। ଏଥିସହ ମୁଁ ଘର ସମ୍ବାଳିବା ଯୋଗ୍ୟ ନୁହଁ ବୋଲି କହିଥାନ୍ତି। ଏପରି ବାହାନା ବାଢ଼ିଥାନ୍ତି କି, ତାଙ୍କୁ ଖାଇବା ପ୍ରସ୍ତୁତ କରିବା ଛଡ଼ା ଘରକରଣା କୌଣସି କାର୍ୟ୍ୟ ଅସୁନାହିଁ। ଏଥିପାଇଁ ଜାଣିଶୁଣି ଘର ସମ୍ବାଳିବା କିଛି କଥା ଶିଖନ୍ତି ନାହିଁ।
-କିଛି ମହିଳା ନିଜ ପିତାମାତାଙ୍କ ଦାୟିତ୍ବ ନେବାପାଇଁ ଚାହିଁଥାନ୍ତି। ଯାହା ଫଳରେ ସେମାନେ ବିବାହ ନକରିବା ନିଷ୍ପତି ନେଇଥାନ୍ତି। ଏହା ଛଡ଼ା କିଛି ମହିଳା ପ୍ରେମରେ ବିଫଳ ହେବାପରେ ବିବାହ କରିବାକୁ ଚାହିଁନଥାନ୍ତି।

Share

Leave a Reply

Your email address will not be published. Required fields are marked *

twelve − five =