ପୁଣି ଟପିଲା ୫୦, ଆଗକୁ ଆହୁରି ବଢିବ

ଭୁବନେଶ୍ୱର() ଦୀର୍ଘ ମାସର ବ୍ୟବଧାନ ପରେ ପୁଣି ଖାଉଟିଙ୍କୁ କନ୍ଦାଇଛି ପିଆଜ ଦର । ଏବେ ହଠାତ୍ ପିଆଜ ଦର କିଲୋ ପିଛା ୫୦ ଟଙ୍କା ଟପିଯାଇଛି । କିଛି ଦିନ ପୂର୍ବରୁ ପିଆଜର ଖୁଚୁରା ଦର କେଜି ପ୍ରତି ୩୫ଟଙ୍କା ଥିବା ବେଳେ ଏବେ ୫୦ ଟଙ୍କା ଡେଇଁଛି ।ତେବେ ଆଗକୁ ଜଦି ଏମିତି ପରିସ୍ଥିତି ଲାଗି ରହିବ ଆଗକୁ ଦର ଆହୁରି ବଢିପାରେ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ ସବୁଠାରୁ ଅଧିକ ପିଆଜ ଉତ୍ପାଦନ ହେଉଥିବା ନାସିକରେ ଏବେ ପ୍ରାକୃତିକ ବିପର୍ୟ୍ୟୟ ଦେଖାଦେଇଛି । ଦିର୍ଘଦିନ ଧରି ବର୍ଷା କାରଣରୁ ନାସିକେର ଚାଷ ଜମି ନଷ୍ଟ ହୋଇଯାଇଛି । କେବଳ ସେତିକି ନୁହେଁ ନାସିକରେ ବର୍ଷା ପାଇଁ ଶହ ଶହ ଏକର ପିଆଜ ଚାଷ ବାଧାପ୍ରାପ୍ତ ହୋଇଛି ।

ଫଳରେ ନାସିକରୁ ଜଥେଷ୍ଟ ପରିମାଣରେ ପିଆଜ ରପ୍ତାନି କରାଯାଇ ପାରୁ ନାହିଁ । ତେଣୁ ବଜାରରେ ପିଆଜର ଅଭାବ ଦେଖା ଦେଇଛି । ଫଳରେ ବ୍ୟବସାୟୀମାନେ ଚଢା ଦରରେ ପିଆଜ ବିକିବାକୁ ବାଧ୍ୟ ଦେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

four − three =