ଏକାଠି ହେବେ ମୋଦି-ନବୀନ, ଚିନ୍ତାରେ ରାଜ୍ୟ ବିଜେପି

ଭୁବନେଶ୍ୱର () ଅଗଷ୍ଟ ଶେଷ ସପ୍ତାହରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାଠି ହେବ । ଗୋଟିଏ ସଭମଂଚରେ ଏକାଠି ବସିବେ । ଝାରସୁଗୁଡା ବିମାନ ବନ୍ଦର ଉଦଘାଟନ ଉତ୍ସବରେ ଦୁଇ ମୁଖ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟସଭା ଉପସଭାପତି ନିର୍ବାଚନରେ ଏନଡିଏକୁ ନବୀନଙ୍କ ସହଯୋଗ ପରେ ଏହା ଦୁଇ ନେତାଙ୍କ ପ୍ରଥମ ଭେଟଘାଟ । ନବୀନ-ମୋଦିଙ୍କ ଏହି ମିଳିତ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ବିଜେପି ଚିନ୍ତାରେ ପଡିଛି ।
ରାଜ୍ୟସଭା ଉପସଭାପତି ନିର୍ବାଚନରେ ଜେଡିୟୁ ପ୍ରାର୍ଥୀ ହରିବଂଶଙ୍କୁ ନବୀନଙ୍କ ସମର୍ଥନକୁ ନେଇ ରାଜନୈତିକ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଛି । କିନ୍ତୁ ଏଥିପାଇଁ ନବୀନଙ୍କୁ ଉଭୟ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଫୋନ କରି ଅନୁରୋଧ କରିବା ଏବଂ ଜିତିବା ପରେ ଧନ୍ୟବାଦ ଜଣାଇବା, ରାଜ୍ୟ ବିଜେପି ନେତାଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି । ଗୋଟେପଟେ ଉଭୟ ମୋଦି ଓ ଅମିତ ଶାହା ଓଡିଶା ଗସ୍ତରେ ଆସି ନବୀନଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇବା ସହ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଆକ୍ଷେପ କରିଥିଲେ । ଯେଉଁ ନବୀନ ସରକାରକୁ ଉପାଡି ଫୋପାଡି ଦେବା କଥା ଶାହା ରାଜ୍ୟ ବିଜେପି ନେତାଙ୍କୁ ଆହ୍ୱାନ ଦେଇ ଯାଇଥିଲେ, ଏହି ଶୀର୍ଷ ନେତା ବିଜେଡିର ସହଯୋଗରେ ଜାତୀୟ ରାଜନୀତିରେ ନିଜର ସମ୍ମାନ ରକ୍ଷା କଲେ । ତେଣୁ ନବୀନଙ୍କ ପ୍ରତି ତାଙ୍କର ଆଭିମୁଖ୍ୟ ଆଗକୁ କଣ ହେବ ସେନେଇ ଚିନ୍ତାରେ ପଡିଯାଇଛନ୍ତି ।
ଏପରିକି ଶାହା ପୁଣି ଥରେ ଓଡିଶାକୁ ଆସନ୍ତା ଅକ୍ଟୋବର ମାସରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ସେ ନବୀନ ସରକାର ପ୍ରତି କି ଆଭିମୁଖ୍ୟ ରଖିବେ ସେନେଇ ରାଜ୍ୟ ବିଜେପି ନେତାମାନେ ଏବେଠାରୁ ପ୍ରମାଦ ଗଣୁଛନ୍ତି । କାରଣ ଯେଉଁ ନବୀନ ପଟ୍ଟନାୟକ ସରକାର ବିରୋଧରେ ସେମାନେ ରାଜ୍ୟରେ ଲଢୁଛନ୍ତି ଏବଂ ମିଶନ ୧୨୦ର ଲକ୍ଷ ନେଇ ଯୋଜନା କରୁଛନ୍ତି, ତାଙ୍କ ପ୍ରତି ଦଳର ଜାତୀୟ ନେତାଙ୍କ ମନୋଭାବରେ ପରିବ ର୍ନ ଆସିଲେ, ରାଜ୍ୟ ବିଜେପିର ସବୁ ଯୋଜନା ଫସର ଫାଟିଗଲା ପରି ହେବ । ଏମିତି ଏକ ପରିବ ର୍ିତ ରାଜନୈତିକ ପୃଷ୍ଠଭୂମୀରେ ପୁଣି ଥରେ ନବୀନ ଓ ମୋଦି ଗୋଟିଏ ସଭାମଂଚରେ ଏକାଠି ହେବା ରାଜ୍ୟ ବିଜେପି ନେତାଙ୍କ ରକ୍ତଚାପ ବୃଦ୍ଧି କରିବା ସ୍ୱାଭାବିକ ।

Share

Leave a Reply

Your email address will not be published. Required fields are marked *

three × 5 =