ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ଭିତରେ ମାଛ ଚାଷ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ

ଓଡ଼ିଶାରେ ୬.୮୪ ଲକ୍ଷ ହେକ୍ଟର ପରିମିତ ବିସ୍ତୃତ ମଧୁର ଜଳ ଉତ୍ସ ରହିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ ୮.୧୬ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦିତ ହୋଇଛି । ଓଡ଼ିଶାରେ ଭାରତୀୟ କାର୍ପ ମାଛ ଓ ଅନ୍ୟ ପ୍ରଜାତି ମାଛର ଚାହିଦା ଓ ଉପଯୋଗ ନିରନ୍ତର ବୃଦ୍ଧି ପାଉଛି ।

ରାଜ୍ୟ ସରକାର, ରାଜ୍ୟରେ ସ୍ଥିତ ବୃହତ ଓ ମଧ୍ୟମ ଜଳଭଣ୍ଡାର ଗୁଡ଼ିକରେ ମଧୁର ଜଳ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ଏକ ନୀତି ପ୍ରଚଳନ ପୂର୍ବକ
ପଞ୍ଜୁରୀ ଭିତରେ ମାଛ ଚାଷ ପାଇଁ ପ୍ରୋତ୍ସାହନ ଦେଉଛନ୍ତି । ବୃହତ ଓ ମଧ୍ୟମ ଜଳଭଣ୍ଡାରର ଜଳଉତ୍ସର ଏକ କ୍ଷୁଦ୍ର ଅଞ୍ଚଳକୁ (୧%) ଏଥି ନିମନ୍ତେ
ବିନିଯୋଗ କଲେ, ଏହା ଓଡ଼ିଶା ରାଜ୍ୟର ମଧୁରଜଳ ମାଛ ଉତ୍ପାଦନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ରାଜ୍ୟର ମଧୁର ଜଳ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ, ପଞ୍ଜୁରୀ ଭିତରେ ମାଛ ଚାଷ ଏକ ଉନ୍ନତ ଓ ଅଭିନବ ଜ୍ଞାନ କୌଶଳ ଏବଂ ଏହା ପ୍ରଚୁର ମାଛ ଉତ୍ପାଦନ ପାଇଁ ଏକ ଉଜ୍ଜ୍ୱଳ ସମ୍ଭାବନା ସୃଷ୍ଟି କରିବ । ଏହାକୁ ଜଳଭଣ୍ଡାର ମାଛ ଉତ୍ପାଦନ ବୃଦ୍ଧିର ଏକ ଉଜ୍ଜ୍ୱଳ ଭବିଷ୍ୟତ ରୂପେ ବିବେଚନା କରାଯାଇପାରେ । ଏହା ଦ୍ୱାରା ରାଜ୍ୟ, ମାଛର ଆବଶ୍ୟକତା ପୂରଣ କରିବା ସହିତ ସ୍ୱାବଲମ୍ବୀ ହୋଇପାରିବ ଏବଂ ଜଳକୃଷି କ୍ଷେତ୍ରରେ
ମତ୍ସ୍ୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହିତ ନୂତନ ନିଯୁକ୍ତି ସୃଷ୍ଟି କରି ପାରିବ ।

ଏହି ପଞ୍ଜୁରୀ (ମବଶର) ଗୁଡ଼ିକ ଜଳଭଣ୍ଡାରରେ ମାଛ ଚାଷ ନିମନ୍ତେ ଏକ ଆବଦ୍ଧ କ୍ଷେତ୍ର ଅଟେ । ସାଧାରଣତଃ ଏହା ଚାରିଦିଗରୁ ଜାଲ ଦ୍ୱାରା
ଆବଦ୍ଧ କରାଯାଏ ଏବଂ କେବଳ ଉପରିଭାଗ ଖାଦ୍ୟ ପରିବେଷଣ ଏବଂ ପଞ୍ଜୁରୀସ୍ଥିତ ମାଛ ପରିଚାଳନା ନିମନ୍ତେ ଖୋଲା ରଖାଯାଏ । ଏହି ପଞ୍ଜୁରୀ
ଗୁଡ଼ିକ ଗୋଲାକାର, ବର୍ଗାକାର କିମ୍ବା ଆୟତାକାର ଭଳି ବିଭିନ୍ନ ଆକୃତିର ହୋଇଥାଏ ଏବଂ ଉତ୍ପାଦନ ଦୃଷ୍ଟିରୁ ସବୁଗୁଡ଼ିକ ସମଉପଯୋଗୀ ଅଟେ । ଏହି ପଞ୍ଜୁରୀଗୁଡ଼ିକ ମୁଖ୍ୟତଃ ଚାଷ ପାଇଁ ଉଦ୍ଦିଷ୍ଟ ପ୍ରଜାତି, ସହନଶକ୍ତି, ମୂଲ୍ୟ, ପଦାର୍ଥର ଉପଲବ୍‌ଧତା, ନିର୍ମାଣ ନିମନ୍ତେ ସୁବିଧା ଓ ସହଜ ସରବରାହକୁ  ଲକ୍ଷ୍ୟ ରଖି ପ୍ରସ୍ତୁତ କରାଯାଏ ।

ପ୍ରଥମ ଦଫାରେ ଏହି ପଞ୍ଜୁରୀ ଭିତରେ ମାଛ ଚାଷ ନିମନ୍ତେ ହୀରାକୁଦ ଜଳଭଣ୍ଡାରକୁ ୫ଟି ଜୋନ୍ ଏବଂ ୧୦୦ ଗୋଟି ସବ୍‌ଜୋନ୍‌ରେ
ବିଭକ୍ତ କରାଯାଇଛି, ଯେଉଁଥିରେ ପ୍ରାୟ ୨୪୦୦ ଗୋଟି ପଞ୍ଜୁରୀ ସ୍ଥାପନ କରାଯାଇ ପାରିବ । ଏହି ସ୍ଥିରିକୃତ ସବ୍ ଜୋନ୍ ଗୁଡ଼ିକ ମୁଖ୍ୟତଃ ପ୍ରାଥମିକ
ମତ୍ସ୍ୟଜୀବୀ ସମବାୟ ସମିତି, ମତ୍ସ୍ୟ ଚାଷୀ, ଘରୋଇ ଉଦ୍ୟୋଗୀ ଏବଂ କମ୍ପାନୀମାନଙ୍କୁ ଲିଜ୍ ସୂତ୍ରରେ ପ୍ରଦାନ କରାଯିବ । ପ୍ରତ୍ୟେକ ସବ୍‌ଜୋନ୍‌ରେ
ପଞ୍ଜୁରୀ ନିମନ୍ତେ ୬୦୦ ବର୍ଗ ମିଟର ପରିମିତ ଜଳଭାଗ ରହିବ ଏବଂ ସେଥିରେ ୬ ମିଟର ଲମ୍ବ ଙ୍ଘ ୪ମିଟର ପ୍ରସ୍ଥ ଙ୍ଘ ୪ ମିଟର ଗଭୀରତା ବିଶିଷ୍ଟ
୨୪ ଗୋଟି ଆୟତାକାର ପଞ୍ଜୁରୀ କିମ୍ବା ୧୬ ମିଟର ବ୍ୟାସ ବିଶିଷ୍ଟ ୩ ଗୋଟି ଗୋଲାକାର ପଞ୍ଜୁରୀ ସ୍ଥାପନ କରାଯାଇ ପାରିବ । ପ୍ରତି ଆୟତାକାର
ପଞ୍ଜୁରୀରୁ ୩୦୦୦ କି.ଗ୍ରା. ପର୍ଯ୍ୟନ୍ତ ମାଛ ଉତ୍ପାଦନ କରାଯାଇ ପାରିବ ।
ଏହି ପଞ୍ଜୁରୀ ଗୁଡ଼ିକରେ ଭାକୁର, ରୋହି, ମିରିକାଳି, ଅମୁର କାର୍ପ, ଜଳଙ୍ଗ, ଏକଲିଙ୍ଗ ବିଶିଷ୍ଟ ଗିଫ୍‌ଟ୍ ଟିଲାପିଆ, ଭେକ୍‌ଟି, ଖୁରାଣ୍ଟ ଓ ବଟର୍ କ୍ୟାଟ୍ ଫିସ୍ (କଣ୍ଟିଆ) ଇତ୍ୟାଦି ପ୍ରଜାତିର ମାଛ ଚାଷ ନିମନ୍ତେ ଅନୁମତି ପ୍ରଦାନ କରାଯିବ । ପଞ୍ଜୁରୀ ଭିତରେ ମାଛ ଚାଷ ପାଇଁ ପ୍ରସ୍ତୁତ ନୀତି ଓ
ନିୟମ ସମୁହରେ ଜଳର ଗୁଣବତ୍ତା ରକ୍ଷା, ପଞ୍ଜୁରୀ ପରିଚାଳନା ଓ ମାଛ ମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ସ୍ୱତନ୍ତ୍ର ସର୍ତ୍ତ ରଖାଯାଇଛି ।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ମତ୍ସ୍ୟ ନିର୍ଦ୍ଦେଶାଳୟ ମାଧ୍ୟମରେ ଆଗ୍ରହୀ ମତ୍ସ୍ୟଚାଷୀ, ଉଦ୍ୟୋଗୀ ମାନଙ୍କ ଠାରୁ ଦୀର୍ଘମିଆଦି
ଲିଜ୍ ନିମନ୍ତେ (ପ୍ରଥମେ ପାଞ୍ଚ ବର୍ଷ ଓ ପରେ ଅଧିକ ପାଞ୍ଚବର୍ଷ ବୃଦ୍ଧି ସହିତ) “ଗ୍ରହଣଯୋଗ୍ୟ ଅଭିବ୍ୟକ୍ତି ପ୍ରକାଶ” ଆବେଦନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

eight − one =