ବୀରତ୍ବ, ଶାନ୍ତି ଓ ଭାତୃତ୍ବର ପ୍ରତୀକ ତ୍ରିରଙ୍ଗା

ଦେଶର ସର୍ବଭୌମତ୍ବର ପ୍ରତିକ ହେଉଛି ଜାତୀୟ ପତାକା  । ଆମ ଦେଶର ଜାତୀୟ ପତାକା କଥା କହିଲେ ମନକୁ ତ୍ରିରଙ୍ଗା କଥା ଆସେ । ଯାହାର ମଝିରେ ଶୋଭାପାଉଛି ଅଶୋକ ଚକ୍ର ଶୋଭା ପାଉଛି । ଏହି ପତାକାକୁ ସ୍ବାଧୀନତା ପ୍ରାପ୍ତିର କିଛିଦିନ ଜୁଲାଇ 22 ତାରିଖ ୧୯୪୭ ମସିହାରେ ସ୍ଥିର କରାଯାଇଛି । ଏହିଦିନ ସାମ୍ବିଧାନିକ ସଭାର ସହମତି କ୍ରମେ ଆମେ ତ୍ରିରଙ୍ଗକୁ ଜାତୀୟ ପତାକା ଭାବରେ ଗ୍ରହଣ କରାଯାଇଛି।

ଏହିପ୍ରକାର ପତାକାର ପରିକଳ୍ପନା ପ୍ରଥମେ ସ୍ୱତନ୍ତ୍ରତା ସେନାନୀ ପିଙ୍ଗଳି ଭେଙ୍କୟା କରିଥିଲେ । ସେ ଜାତୀୟ ପତାକାର ଏକ ଡିଜାଇନ ପ୍ରସ୍ତୁତ କରି ମହାତ୍ମା ଗାନ୍ଧୀଙ୍କୁ ଦେଇଥିଲେ । ସେଥିରେ ଲାଲ ଓ ସବୁଜ ଦୁଇଟି ରଙ୍ଗ ଥିଲା । ଏହି ରଙ୍ଗ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ପ୍ରତୀକ ଥିଲା । ତେବେ ଏହିଦୁଇ ଧର୍ମାବଲମ୍ବିଙ୍କୁ ଛାଡି ମଛିରେ ଅନ୍ୟ ଧର୍ମାବଲମ୍ବିକଙ୍କ ପ୍ରତୀକ ଭାବେ ଧଳା ରଙ୍ଗ ଦେବାକୁ ଗାନ୍ଧୀଜୀ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ 1921ରେ ଆସିଥିଲା । 1931ରେ ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗର ପତାକା ତିଆରି ହୋଇଥିଲା । ପତାକାର ମଝିରେ ଅରଟ ଚିହ୍ନ ଥିଲା । ତେବେ ଏହି ପତାକାରେ ପରିବର୍ତ୍ତନ କରାଯାଇଥିଲା  । ଶେଷରେ ପତାକାର ଶୀର୍ଷରେ ନାରଙ୍ଗୀ, ମଝିରେ ଧଳା ଓ ତଳେ ଗାଢ ସବୁଜ ରଙ୍ଗ ଏବଂ ଏହି ତିନୋଟି ଯାକ ରଙ୍ଗ ସମାନ ଆକାର ଓ ପ୍ରକାରର ହେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା । ପତାକା ମଝିରେ 24ଟି ଅର ବିଶିଷ୍ଟ ନୀଳ ରଙ୍ଗର ଅଶୋକ ଚକ୍ର ରହିବା ଆବଶ୍ୟକ  । ଏହାକୁ ଜୁଲାଇ 22, 1947ରେ ସାମ୍ବିଧାନିକ କମିଟି ଗ୍ରହଣ କରିନେଇଥିଲା । ସେହିଦିନରୁ ଏହାକୁ ତ୍ରିରଙ୍ଗା ବୋଲି ମଧ୍ୟ କୁହାଯାଉଛି ।

ପତାକାର ଶୀର୍ଷରେ ଥିବା ନାରଙ୍ଗୀ ରଙ୍ଗ ଦେଶବାସୀଙ୍କ ସାହସ ଓ ବୀରତ୍ବକୁ ସୂଚାଉଛି । ମଝିରେ ଥିବା ଧଳା ରଙ୍ଗ ଶାନ୍ତି ଓ ସତ୍ୟର ପ୍ରତୀକ ଏବଂ ସବୁଜ ରଙ୍ଗ ଭାତୃତ୍ବର ପ୍ରତୀକ  । ଅଶୋକ ଚକ୍ର ଦେଶର ପ୍ରଗତିକୁ ସୂଚାଏ ।

Share

Leave a Reply

Your email address will not be published. Required fields are marked *