ଗଙ୍ଗାପୁତ୍ର ହୋଇ ଆସିଥିଲେ, ରାଫେଲ ଚୁକ୍ତିର ଏଜେଣ୍ଟ ବନି ଯିବେ: ସିଦ୍ଧୁ

ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପଂଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ।

ସେ କହିଛି, “ମୁଁ ନରେନ୍ଦ୍ର ମୋଦିଙ୍କ ‘ନା ଖାଇବି ନା ଖାଇବାକୁ ଦେବି’ ବୟାନକୁ ନେଇ ଚ୍ୟାଲେଂଜ କରୁଛି । ଯଦି ମୁଁ ହାରିଯାଉଛି, ତେବେ ସବୁଦିନ ପାଇଁ ରାଜନୀତି ଛାଡିଦେବି । ମୋଦି ବର୍ଷ ୨୦୧୪ରେ ଗଙ୍ଗାପୁତ୍ର ହୋଇ ଆସିଥିଲେ, କିନ୍ତୁ ୨୦୧୯ରେ ସେ ରାଫେଲ ଚୁକ୍ତିର ଏଜେଣ୍ଟ ବନି ଯିବେ ।”

ଆହୁରି ସିଦ୍ଧୁ କହିଛନ୍ତ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷ ୨୦୧୪ରେ ‘ଗଙ୍ଗା ପୁତ୍ର’ ହୋଇ ଆସିଥିଲେ, କିନ୍ତୁ ଏବେ ସେ ଚଳିତ ନିର୍ବାଚନ ପରେ ‘ରାଫେଲ ଡିଲ’ର ଦଲାଲ ବନି ଯିବେ ।” ନିର୍ବାଚନୀ ରାଲିକୁ ସମ୍ବୋଧନ କଲାବେଳେ ସିଦ୍ଧୁ କହିଛନ୍ତି କି, “ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଚାରିବାକ୍ୁ ଚାହେଁ କି ସେ ରାଫେଲ ଚୁକ୍ତିରେ ଦଲାଲୀ କରିଛନ୍ତି ନା ନାହିଁଟ୍ଟ ସେ ମୋ ସହିତ ଯେଉଁଠି ବି ତର୍କ କରିପାରିବେ ।

Share

Leave a Reply

Your email address will not be published. Required fields are marked *

9 + nineteen =