ଜନ୍ମଦିନରେ ନିଜ ମା’ଙ୍କ ଆଶୀର୍ବାଦ ନେଇ ଆଗାମୀ ମିଶନ ପାଇଁ ବଢିଲେ ମୋଦ

୬୯ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦ ଯାଇ ମା’ଙ୍କୁ ଭେଟି ଆଶୀର୍ବାଦ ନେବାସହିତ ତାଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇଛନ୍ତି ।

ମା’ଙ୍କ ଆଶିର୍ବାଦ ନେଇ ନିଜର ଆଗାମୀ ମିଶନ ପାଇଁ ଅଗ୍ରସର ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରତିବର୍ଷ ସେପ୍‌ଟେମ୍ବର ୧୭ ତାରିଖ ଭଳି ଅହମ୍ମଦାବାଦରେ ନିଜ ମା’ଙ୍କ ପାଖକୁ ଯାଇ ପ୍ରଧାନମନ୍ତ୍ରୀ ମୋଦି ଆଶୀର୍ବାଦ ଭିକ୍ଷା କରିଛନ୍ତି । ମୋଦି ଓ ତାଙ୍କ ମା’ ଏକାଠି ବସି ପାରମ୍ପରିକ ଗୁଜରାଟି ଖାଦ୍ୟ ପୁରନପଲ୍ଲି, ତୁଅର ଡାଲ୍, ଦେଶୀ ଚଣା, ଆଳୁଭେଣ୍ଡି ଭଜାର ମଜା ନେଇଥିଲେ ।

ମୋଦିଙ୍କ ଜନ୍ମଦିନକୁ ଆଜି ଦେଶବ୍ୟାପୀ ବିଜେପି ଏବଂ ତାଙ୍କର ପ୍ରଶଂସକଙ୍କ ଦ୍ବାରା ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ୧୪ ତାରିଖରୁ ସେବାସପ୍ତାହ ପାଳନ କରୁଛନ୍ତି ବିଜେପି କର୍ମୀ। ଆଉ ଏତିକିବେଳେ ଅଭିନେତା ଅକ୍ଷୟ କୁମାର ମୋଦିଙ୍କ ଉପରେ ନିର୍ମାଣ କରାଯାଉଥିବା ଫିଲ୍ମ ‘ମନ ବୈରାଗୀ’ର ପୋଷ୍ଟର ରିଲିଜ୍‌ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

nine − seven =