୫ରେ ପ୍ରମାଣିତ କରିବାକୁ ହେବ କି ଆମେ ସମସ୍ତେ ଏକ

ନୂଆଦିଲ୍ଲୀ()  ଦେଶରେ ୨୧ ଦିନିଆ ତାଲାବନ୍ଦ ଲାଗୁ ହେଉଥିବା ବେଳେ ଆଜି ଭିଡିଓ ବାର୍ତ୍ତା ଜରିଆରେ ଦେଶବାସୀଙ୍କୁ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଦେଶରେ କରୋନାର ଉଦବେଗଜନିତ ସ୍ଥିତିକୁ ନଜରରେ ରଖି ଆଗାମୀ ଦିନମାନଙ୍କରେ ଲକଡାଉନ କଟକଣାକୁ ଆହୁରୀ କଡାକଡି କରିବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

କରୋନା ମୁକାବିଲା ପାଇଁ ଦେଶବାସୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସଂବୋଧିତ କରି କହିଛନ୍ତି ଯେ, ଏପ୍ରିଲ ୫ ତାରିଖ, ରାତି ୯ଟାରେ ଘରର ସମସ୍ତ ଲାଇଟ୍ ବନ୍ଦ କରି ଘର କବଟା ଦ୍ୱାରରେ ଠିଆ ହୋଇ ସମସ୍ତଙ୍କୁ ମହମବତୀ, ଦୀପ ଏବଂ ମୋବାଇଲ ଫ୍ଲାକ୍ସ ଲାଇଟ୍ ଲଗାଇବାକୁ କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏପ୍ରାଲ ୫ ତାରିଖ ତଥା ଆସନ୍ତା ରବିବାର ଦିନ ଆମକୁ ପ୍ରମାଣିତ କରିବାକୁ ହେବ କି ଆମେ ସମସ୍ତେ ଏକ । ତେବେ ଏହି ସମୟରେ ମଧ୍ୟ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବାକୁ କହିଛନ୍ତି ମୋଦି । ଏହି ସମୟରେ କାହାକୁ କେଉଁଠି ବି ଏକତ୍ରିତ ନହେବାକୁ ପରାମର୍ଶ ଦେବା ସହ ସାମାଜିକ ଦୂରତାର ଲକ୍ଷ୍ମଣ ରେଖାକୁ କୌଣସି ବି ପରିସ୍ଥିତିରେ ନଡେଇଁବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

three − two =