‘ମୋ ବସ୍’ର ୨ଟି ଅତ୍ୟାଧୁନିକ ଡିପୋର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୋ ବସ୍’ର ଦୁଇଟି ଡିପୋକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଭୁବନେଶ୍ୱର ପଟିଆ ଓ ଅନ୍ୟଟି ଭଗବାନପୁରରେ ରହିଛି । ସନ୍ଧ୍ୟା ୫ଟାରେ ଏହାର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ‘ମୋ ବସ୍’ ପାଇଁ କରାଯାଇଥିବା ଦୁଇଟି ଅତ୍ୟାଧୁନିକ ଡିପୋ ମଧ୍ୟରେ ବସ୍ ରହିବା ସହ ତେଲ ପକାଇବା ବ୍ୟବସ୍ଥା କରାଯାଇଛି ।ଏଥିସହ ବସଗୁଡ଼ିକୁ ମେସିନ୍ ଜରିଆରେ ଅଳ୍ପ ସମୟରେ ପରିଷ୍କାର କରାଯିବା ବ୍ୟବସ୍ଥା ବି ଏହି ଡିପୋରେ ରହିଛି । ଦୁଇ ବର୍ଷ ତଳୁ ଏହି ଦୁଇଟି ଡିପୋର କାମ ଆରମ୍ଭ ହୋଇଥିଲା । ଆଜି ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Share

Leave a Reply

Your email address will not be published. Required fields are marked *

2 × three =