ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

କାମାକ୍ଷାନଗର, (ନିପ୍ର): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଝିଲ୍ଲୀ ପଞ୍ଚାୟତର କାଇମାଟି ଗ୍ରାମରେ ପୁଣି ଆଦିବାସୀ ଗର୍ଭବତୀ ହଟହଟାରେ ପଡ଼ିଛନ୍ତି । ଜିଲ୍ଲାର ସବୁଠାରୁ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଗଣିତ ହେଉଥିବା କଙ୍କଡ଼ାହାଡ଼ ବ୍ଲକ୍ର ଉକ୍ତ ଗ୍ରାମଟି ଅଦ୍ୟାବଧି ରାସ୍ତାନଥିବାରୁ ବର୍ଷା ଦିନ ସମେତ ଅନ୍ୟଦିନରେ ଲୋକମାନେ ବିଶେଷ ହଟହଟା ହେଉଛନ୍ତି । କାଇମାଟି ଗ୍ରାମର ସାକାର ଚାତରଙ୍କ ପତ୍ନୀ ରଶ୍ମିତା ଚାତର ଗର୍ଭବତୀ ଥିବାରୁ ଶନିବାର ତାଙ୍କୁ ଚିକିତ୍ସାଳୟକୁ ନେବାର ଥିବାରୁ ଏଥିନିମନ୍ତେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ମାତ୍ର ଗାଁ ଠାରୁ ୩ କିମି ଦୂର ପର୍ଯ୍ୟନ୍ତ କୌଣସି ଯାତାୟାତର ସୁବିଧା ନଥିବାରୁ ବାଧ୍ୟ ହୋଇ ପରିବାର ଲୋକଙ୍କ ତରଫରୁ ଖଟିଆରେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହିବାକୁ ପଡ଼ିଥିଲା । ରାଜ୍ୟ ସରକାରଙ୍କ ତରଫରୁ ପ୍ରସୂତୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ରହୁଥିଲେ ମଧ୍ୟ କଙ୍କଡ଼ାହାଡ଼ ବ୍ଲକ୍ ପରି ଅନୁନ୍ନତ ଅଞ୍ଚଳରେ ଏହି ଅବସ୍ଥା ଜାରି ରହିଲେ ଲୋକମାନେ କିଭଳି ସ୍ବାସ୍ଥ୍ୟସେବା ପାଇବେ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲାରେ ୨ ରାଜ୍ୟସ୍ତରୀୟ ମନ୍ତ୍ରୀ ରହିଥିଲେ ସୁଦ୍ଧା ଏହିଭଳି ଅସୁବିଧା ସାଧାରଣରେ ଚର୍ଚ୍ଚା ସୃଷ୍ଟି ହୋଇଛି ।

Share

Leave a Reply

Your email address will not be published. Required fields are marked *

19 − 10 =