କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଶର୍ମିଷ୍ଠା

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ଶର୍ମିଷ୍ଠା ରାଉତଙ୍କ ସମେତ ଚାରିଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ଆସିଥିବା ଅଭିଯୁକ୍ତମାନେ ହେଲେ ଶର୍ମିଷ୍ଠା ରାଉତ, ପୂର୍ବତନ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀ, ଶର୍ମିଷ୍ଠାଙ୍କ ସହଯୋଗୀ ଝୁନା ଭୋଇ ଏବଂ ରାଜ୍ କମ୍ୟୁନିକେସନ୍ସ ମୁଖ୍ୟ ରଂଜନ ନାୟକ । ଆଜି ସେମାନଙ୍କୁ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଆଣି ଜେରା କରୁଛି ପୋଲିସ । କାହିଁକି ଏବଂ କେଉଁଭଳି ପରିସ୍ଥିତିରେ ସେମାନେ ମାନସଙ୍କୁ ହତ୍ୟା କଲେ, ତାର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ମୋଟ 8 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗତକାଲି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ୍ବେବ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ ଓ ତାର ସହଯୋଗୀ ଝୁନା ଭୋଇକୁ ଚାନ୍ଦବାଲି ପୋଲିସ ସହାୟତାରେ ଭଦ୍ରକରୁ ଗିରଫ କରାଯାଇଥିଲା । ସେମାନେ ବସଯୋଗେ କୋଲକାତାରୁ ଭୁବନେଶ୍ବର ଆସୁଥିବା ବେଳେ ଅଧାବାଟରେ ପୋଲିସ ହାତରେ ଧରାପଡିଥିଲେ ।

Share

Leave a Reply

Your email address will not be published. Required fields are marked *

5 × 3 =