ଆର ପାରିରେ ଶିଳ୍ପୀଗୁରୁ ରଘୁନାଥ ମହାପାତ୍ର

ଭୁବନେଶ୍ୱର- ପରଲୋକରେ ସାଂସଦ ତଥା ଶିଳ୍ପୀଗୁରୁ ରଘୁନାଥ ମହାପାତ୍ର । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ରଘୁନାଥ । ଭୁବନେଶ୍ୱର ଏମ୍ସରେ  ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଏନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ବୟସ ହୋଇଥିଲା । ଆଜି ଦିନ ୩ଟା ୪୮ରେ ସେ ଆଖି ବୁଜିଛନ୍ତି । ୩ ଦିନ ପୂର୍ବେ ସେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାସ୍ଥାବସ୍ଥା ପଚାରି ବୁଝିଥିଲେ । ୧୯୪୩ ମାର୍ଚ୍ଚ ୨୪ରେ ସେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ । ୧୯୭୬ରେ ତାଙ୍କୁ ପଦ୍ମଶ୍ରୀ, ୨୦୦୧ରେ ପଦ୍ମ ଭୁଷଣ ଓ ୨୦୧୩ ଗଣତନ୍ତ୍ର ଦିବସରେ ତାଙ୍କୁ ସମ୍ମାନ ଜନକ ପଦ୍ମ ବିଭୁଷଣ ସମ୍ମାନ ମିଳିଥିଲା । ୨୦୧୮ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ ନେଇ ସେ ସ୍ୱପ୍ନ ଦେଖିଥିବା ବେଳେ ଏ ଦିଗରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ତାଙ୍କର ଏହି ସ୍ୱପ୍ନ ଅଧାରେ ରହିଗଲା । 

Share

Leave a Reply

Your email address will not be published. Required fields are marked *

four × two =