ନେହରୁ ସଂଗ୍ରହାଳୟ ନାମ ବଦଳି ହେଲା ପ୍ରଧାନମନ୍ତ୍ରୀ ମ୍ୟୁଜିୟମ, ଉଦଘାଟନ କରିବେ ମୋଦି

ବଦଳିବ ନେହେରୁ ସଂଗ୍ରହାଳୟ ନାଁ । ଏ ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ନେହରୁ ସଂଗ୍ରହାଳୟ ନାମକୁ ପରିବର୍ତ୍ତନ କରାଯାଇ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ରଖାଯିବ । ଯେଉଁଥିରେ ଦେଶର ୧୪ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି ସାଇତାଯିବ । ଏପ୍ରିଲ ୧୪ ତାରିଖରେ ମ୍ୟୁଜିୟମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମଙ୍ଗଳବାର ଭାରତୀୟ ଜନତା ପାର୍ଟିର ସାଂସଦଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଦେଶର ୧୪ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସ୍ବୀକାର କରିବା ଏବଂ ଚିରଦିନ ପାଇଁ ମନେରଖିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନକୁ ମାନ୍ୟତା ଦେବାକୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।’

ମୋଦି କହିଛନ୍ତି, ‘କେବଳ ମୋଦି ସରକାର ହିଁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନକୁ ମାନ୍ୟତା ଦେବାକୁ ଏଭଳି ପଦକ୍ଷେପ ନେଇଛନ୍ତି । ପୂର୍ବରୁ କୌଣସି ସରକାର ଏଭଳି କାର୍ଯ୍ୟକ୍ରମ ହାତକୁ ନେଇନାହାନ୍ତି । ଏହା ସହିତ ବିଆର୍‌ ଆମ୍ବେଦକର ସଂଗ୍ରହାଳୟର ମଧ୍ୟ ଆସନ୍ତା ୧୪ ତାରିଖରେ ଉଦଘାଟନ କରିବେ ପିଏମ୍‌ ମୋଦି । ନୂଆଦିଲ୍ଲୀ ସ୍ଥିତ ଆମ୍ବେଦକର କେନ୍ଦ୍ରରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ଭାଗନେଇ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଦଳର ଅନ୍ୟ ଶୀର୍ଷ ନେତୃତ୍ବ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

1 × 5 =