ସଭାପତିଙ୍କୁ ସମାଲୋଚନା ମହଙ୍ଗା ପଡିଲା

ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ମହଙ୍ଗା ପଡ଼ିଲା । ଯେଉଁ କଂଗ୍ରେସ ଭବନକୁ ସେ ନିରଞ୍ଜନଙ୍କୁ ପୂରାଇ ଦେବେନାହିଁ ବୋଲି କହିଥିଲେ ଏବେ ସେହି କଂଗ୍ରେସ ଭବନକୁ ସେ ନିଜେ ଆଉ ପଶି ପାରିବେ ନାହିଁ । ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ତଥା ଏବେକାର ରାଜ୍ୟ ଆବାହକ ଇତୀଶ ପ୍ରଧାନଙ୍କୁ ଏନଏସୟୂଆଇରୁ ନିଲମ୍ବିତ କରାଯାଇଛି । ଛାତ୍ର କଂଗ୍ରେସର ଓଡ଼ିଶା ପ୍ରଭାରୀ ମୋଥା ରୋହିତ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଏଭଳି ନିଷ୍ପତି ଇତୀଶଙ୍କୁ ଯେତିକି ଝଟକା ଦେଇନାହିଁ, ତାଙ୍କୁ ଆଗରେ ରଖି ପଛରୁ ଗୋଟି ଚାଳନା କରୁଥିବା କଂଗ୍ରେସର କେତେକ ବରିଷ୍ଠ ନେତାଙ୍କୁ ଜୋରଦାର ଝଟକା ଲାଗିଛି ବୋଲି କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ଜୋରଧରିଛି ।

ନୂଆଦିଲ୍ଲୀରେ ଆହୂତ ଏଆଇସିସି ବୈଠକରେ ନିରଞ୍ଜନ ଯୋଗ ଦେଇଥିବାବେଳେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଥିଲେ ଇତୀଶ । ସେ ନିରଞ୍ଜନଙ୍କୁ ସମାଲୋଚନା କରିବା ସହ ନିରଞ୍ଜନଙ୍କୁ ରାଜ୍ୟରେ ପୂରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ । ଏନେଇ ନିରଞ୍ଜନ ବି ପାଲଟା ଜବାବ ଦେଇଥିଲେ । ହତାଶ ହୋଇ ଇତୀଶ ଏଭଳି କହିଛନ୍ତି ବୋଲି ନିରଞ୍ଜନ କହିବା ସହ ସେ ନିଜେ ଟିକେଟ ନେଇ କେତେ ଭୋଟ ପାଇଥିଲେ ବୋଲି ତାତ୍ସଲ୍ୟ ମଧ୍ୟ କରିଥିଲେ ।

ତେବେ ନିରଞ୍ଜନଙ୍କୁ ପ୍ରେସମିଟରେ ଇତୀଶ ସମାଲୋଚନା କରିଥିବାରୁ ଏହାକୁ ଦଳ ଗୁରୁତର ସହ ଗ୍ରହଣ କରିଥିଲା । ତାଙ୍କୁ ଦଳରୁ ନିଲମ୍ବିତ କରାଯିବ ବୋଲି ଅନୁମାନ କରାଯାଉଥିଲା ।

Share

Leave a Reply

Your email address will not be published. Required fields are marked *

19 − 8 =