ଶୁଭେଛୁଙ୍କ ବିୟୋଗରେ କୋହ ସମ୍ଭରଣ କରିପାରିଲେଣି ବିଧାୟକ

” ମୋ ବାପା ଡଃ ଦାମୋଦର ରାଉତ ଓ ମୋ ଭିତରେ ସୂତ୍ରଧର ଥିଲେ ସେ । ବାପାଙ୍କ ଅକୁହା କଥା କୁ ମୋ ପାଖରେ ଓ ମୋର ଆବଶ୍ୟକତାକୁ ବାପାଙ୍କ ପାଖରେ ପହଂଚାଉଥିଲେ ସେ । ପରିବାର ସଦସ୍ୟଙ୍କ ଠାରୁ ବି ସେ ଅଧିକ ଥିଲେ । କୌଣସି ଲାଳସା ତାଙ୍କ ମନରେ ନଥିଲା । ନିର୍ବାଚନ ସମୟରେ ଏକ ଚାରି ଚକିଆ ଗାଡି ଯାଚିଥିଲି, କିନ୍ତୁ ଲୋକେ କଣ ଭାବିବେ କହି ସେ ଏହାକୁ ପ୍ରତ୍ୟାଖାନ କରିଥିଲେ । ଶେଷରେ ରାଣ ପକାଇ କହିଥିଲି ଦଶହରାକୁ ନିଶ୍ଚିତ ଗାଡି ଦେବି, କିନ୍ତୁ ସେ ଆଶା ମଧ୍ୟ ଆଶାରେ ରହିଗଲା” ।

ଏଭଳି ଭାବେ ନିଜ ଶୁଭେଛୁଙ୍କ ବିୟୋଗରେ ଭୋ ଭୋ ହୋଇ କାନ୍ଦି ନିଜ ଦୁଃଖ ବୟାନ କରିଛନ୍ତି ପାରାଦୀପ ବିଧାୟକ ସମ୍ବିତ ରାଉତ । ବରିଷ୍ଠ ରାଜନେତା, ପୂର୍ବତନ ବିଜୁ ଜନତା ଦଳ କୁଜଙ୍ଗ ବ୍ଲକର ସଭାପତି, ଏକାଧିକ ବାର ସରପଞ୍ଚ ତଥା ପାରାଦୀପ ବିଧାୟକଙ୍କ କୁଜଙ୍ଗ ବ୍ଲକର ପ୍ରତିନିଧି ଚିତ୍ତ ମିଶ୍ରଙ୍କ ଦ୍ଵାଦଶ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ କୋହଭରା କଣ୍ଠରେ ଏସବୁ କହିଛନ୍ତି ସମ୍ବିତ । ନିଜ ମା’ ଙ୍କ ଦେହାନ୍ତ ପରେ ସେ ସଦାସର୍ବଦା ବାମ କାନ୍ଧରେ ବିରାଜମାନ କରିଥିବା ବେଳେ ଚିତ୍ତ ମିଶ୍ର ତାଙ୍କର ଡାହାଣ କାନ୍ଧରେ ରହିବେ ବୋଲି ନିଜ ବକ୍ତବ୍ୟରେ ବିଧାୟକ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × 2 =