ବାଜି ମାରିନେଲା ଡ୍ରିମ ୧୧

ମୁମ୍ବାଇ() ଭାରତ ଓ ଚାଇନା ମଧ୍ୟରେ ଆର୍ଥିକ ଯୁଦ୍ଧରେ ବଳି ପଡ଼ିଯାଇଥିଲା ଭିଭୋ । ଆଇପିଏଲର ପ୍ରାୟୋଜକରୁ ବାଦ ପଡ଼ିବା ପରେ କିଏ ପ୍ରାୟୋଜକ ହେବ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଥିଲା । ପ୍ରାୟୋଜକ ହେବା ପାଇଁ ଅନେକ କମ୍ପାନୀ ଆଗ୍ରହୀ ଥିଲେ ବି ଡ୍ରିମ ୧୧ ବାଜି ମାରିନେଇଛି ।

ଡି୍ରମ ୧୧ ଏଥିପାଇଁ ୨୨୨ କୋଟି ଟଙ୍କା ଦେବାକୁ ବିଡ଼ ଦାଖଲ କରିଥିବାବେଳେ ଅନଏକାଡେ଼ମୀ ୨୧୦ କୋଟି ଟଙ୍କା, ଟାଟା ସନ୍ସ ୧୮୦ କୋଟି ଟଙ୍କା ଓ ବାଇଜୁ ୧୨୫ କୋଟିର ବିଡ଼ ଦାଖଲ କରିଥିଲା । ତେବେ ସର୍ବାଧିକ ବିଡ଼ ଦାଖଲ କରିଥିବାରୁ ଡ୍ରିମ ୧୧କୁ ହିଁ ପ୍ରାୟୋଜକର ଅଧିକାର ପ୍ରଦାନ କରାଯାଇଛି । ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଏହି ଘୋଷଣା କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ୟ୍ୟନ୍ତ ଆଇପିଏଲ ଟୁର୍ଣ୍ଣାମେଂଟ ୟୂଏଇରେ ଖେଳାଯିବ ।

Share

Leave a Reply

Your email address will not be published. Required fields are marked *

2 × one =