Saturday, November 8, 2025
Latestରାଜନୀତି

କମିଟିରେ ଖାରଜ ହେବା ପରେ ବି ନୂଆ ଜୋନ କାହା ସ୍ବାର୍ଥରେ?

ଦଳୀୟ ସ୍ବାର୍ଥ ପାଇଁ ରେଳବାଇକୁ ଦେବାଳିଆ କରାଯାଉଛି

ଭୁବନେଶ୍ବର () କେଉଁ ସ୍ବାର୍ଥରେ ଆନ୍ଧ୍ରପ୍ରଦେଶ ପାଇଁ ସ୍ବତନ୍ତ୍ର ଭାବେ ନୂଆ ରେଲବାଇ ଜୋନ ଗଠନ କରାଯାଇଛି । ଯେତେବେଳେ କି ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଗଠିତ ଉଚ୍ଚସ୍ତରୀୟ କମିଟି ଗତ ତିନି ବର୍ଷ ତଳୁ କେବଳ ଆନ୍ଧ୍ରପ୍ରଦେଶ ପାଇଁ ନୂଆ ରେଳବାଇ ଜୋନ ଗଠନ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲା । 16 ମାର୍ଚ୍ଚ 2016ରେ ରେଳ ମନ୍ତ୍ରଣାଳୟ ଦ୍ବାରା ଗଠିତ ଉଚ୍ଚ କ୍ଷମତା ସଂପନ୍ନ କମିଟିର ଏହି ରିପୋର୍ଟକୁ ଦେଖନ୍ତୁ । ସ୍ପଷ୍ଟ ଭାବେ ଏହି ରିପୋର୍ଟରେ ନୂଆ ରେଳବାଇ ଜୋନ ଗଠନ ପ୍ରସ୍ତାକୁ ଖାରଜ କରାଦିଆଯାଇଛି । ହେଲେ 3 ବର୍ଷ ଥରି ଏହି ରିପୋର୍ଟକୁ ଚାପି ରଖାଯିବା ପରେ ହଠାତ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦକ୍ଷୀଣତଟ ରେଳବାଇ ଜୋନ ଗଠନ କରାଯିବାର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ ।

ସ୍ବତନ୍ତ୍ର ଆନ୍ଧ୍ରପ୍ରଦେଶ ରାଜ୍ୟ ଗଠନ ପରେ ନୂଆ ରେଳବାଇ ଜୋନ ଗଠନ ସଂପର୍କରେ ଓଡିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଏହି ତାନି ରାଜ୍ୟର ସବୁ ସାଂସଦଙ୍କ ମତାମତ ଲୋଡାଯାଇଥିଲା । ଯଦିଓ ଆନ୍ଧ୍ରପ୍ରଦେଶର ସାଂସଦମାନେ ନୂଆ ରେଳବାଇ ଜୋନ ଗଠନ ପ୍ରସ୍ତାବକୁ ସମର୍ଥନ କରିଥିଲେ, ଓଡିଶାର ସାଂସଦମାନେ କିନ୍ତୁ ଏହାକୁ ବିରୋଧ କରିଥିଲେ । ଏପରିକି କିଛି ସାଂସଦ ପ୍ରସ୍ତାବ ଦେଇଥିଲେ ଯେ, ଯଦି ବିଶାଖାପାଟଣାରେ ନୂଆ ରେଳବାଇ ଜୋନ ଗଠନ କରାଯିବ ତେବେ ଓଡିଶାରେ ଆଉ ତିନୋଟି ନୂଆ ଡିଭିଜନ ଗଠନ କରାଯାଉ ।

ସବୁ ରିପୋର୍ଟକୁ ତର୍ଜମା କରିବା ପରେ କମିଟି ଏହି ସିଧାନ୍ତରେ ଉପନିତ ହୋଇଥିଲା ଯେ, ରେଳବାଇ କୌଣସି ଗୋଟିଏ ରାଜ୍ୟ ମଧ୍ୟରେ ସୀମତ ନୁହେଁ । ଏପିରିକି ଦେଶରେ ଏମିତି ଅନେକ ରାଜ୍ୟ ରହିଛି, ଯେଉଁଠି ଆଦୌ ଜୋନ ନାହିଁ । ରେଳବାଇର ଆର୍ଥିକ ବ୍ୟବସ୍ଥା ମଧ୍ୟ ସେହିଭଳି କୌଣସି ରାଜ୍ୟକୁ ନିର୍ଦ୍ଧିଷ୍ଟ ଭାବେ ହୋଇନଥାଏ । ଏହା ପ୍ରକଳ୍ପ ଭିତ୍ତିରେ ପ୍ରଦାନ କରାଯାଇଥାଏ । ସଡକ ପଥରେ ମଧ୍ୟ ଟ୍ରାଫିକକୁ ହ୍ରାସ କରିବା ପାଇଁ ଅକ୍ଟ୍ରାଇ ଟୋଲ ଗେଲକୁ ଉଠାଇ ଦିଆଯାଉଛି । ଏଭଳିସ୍ଥିତିରେ ରେଳବାଇରେ ଅଧିକ ଜୋନ କିମ୍ବା ଡିଭିଜନ କରି ଟ୍ରାଫିକ ଜାମ କରି ରେଳ ଚଳାଚଳକୁ ବାଧାପ୍ରାପ୍ତ କରିବା ଉଚିତ ନୁହେଁ । ନୂଆ ଜୋନ ଗଠନ ସାମଗ୍ରିକ ଭାବେ ରେଳବାଇ, ସଂପୃକ୍ତ ରାଜ୍ୟ ଓ ଦେଶ ପାଇଁ କ୍ଷତିକାରକ । କାରଣ ଏହାଦ୍ବାରା ରେଳବାଇ ଉପରେ ଅଧିକ ଆର୍ଥିକ ଚାପ ପଡୁଥିବା ବେଳେ ଅଧିକ ମାନବସମ୍ବଳର ମଧ୍ୟ ଆବଶ୍ୟକତା ରହିଛି । ଏମିତି ବି ଏବେ ରେଲବାଇ ଗୁରୁତ୍ତର ଆର୍ଥକ ସଂକଟ ଦେଇ ଗତି କରୁଛି । ଏଭଳିସ୍ଥିତିରେ ନୂଆ ଜୋନ ଗଠନ ରେଳବାଇ ଆର୍ଥିକ ଚାପକୁ ବୃଦ୍ଧି କରିବ ବୋଲି କମିଟି ମତ ରଖିଥିଲା ।

ଗତ 10-11 ବର୍ଷ ମଧ୍ୟରେ ଗଠନ କରାଯାଇଥିବା ନୂଆ ଜୋନ ଓ ଡିଭିଜନରୁ କୌଣସି ସୁଫଳ ମିଳୁନି, ବରଂ ରେଳବାଇର ପରିଚାଳନା ଉପରେ ଚାପ ବୃଦ୍ଧି ପାଇଛି । ଏମିତି ବି 2016 ମାର୍ଚ୍ଚ 16 ତାରିଖ ସୁଦ୍ଧ ରେଳବାଇ ପାଖରେ ଆଉ 52ଟି ନୂଆ ଡିଭିଜନ ଏବଂ 26ଟି ନୂଆ ଜୋନ ଗଠନର ପ୍ରସ୍ତାବ ପଡି ରହିଛି । ଏହିଦୃଷ୍ଟିରୁ ପୂର୍ବତଟ ରେଳବାଇକୁ ଖଣ୍ଡଖଣ୍ଡ କରି ଆନ୍ଧ୍ରପ୍ରଦେଶ ପାଇଁ ନୂଆ ଜୋନ ଗଠନ ପ୍ରସ୍ତାବ ଗ୍ରହଣୀୟ ନୁହେଁ । ଏହା ଜାତୀୟ ଓ ରାଜ୍ୟ ସ୍ବାର୍ଥର ପରିପନ୍ଥି ।

ଆନ୍ଧ୍ରପ୍ରଦେଶର ରେଳବାଇ ନେଟୱାର୍କ ସଶକ୍ତିକରଣ ପାଇଁ 41ହଜାର 303 କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି । ସେହିଭଳି ଓଡିଶାରେ 40 ହଜାର 641 କୋଟି ଏବଂ ତେଲେଙ୍ଗାନା ପାଇଁ 12ହଜାର 536 କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି । ଏଥିସହିତ ଏହି ନୂଆ ରାଜ୍ୟ ପାଇଁ 2015-16 ଏବଂ 2016-17 ବଜେଟରେ ଆହୁରି ଅନେକ ନୂଆ ପ୍ରକଳ୍ପକୁ ମଧ୍ୟ ମଂଜୁରୀ ଦିଆଯାଇଛି । ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, କେବଳ ଆନ୍ଧ୍ରପ୍ରଦେଶ ପାଇଁ ଦକ୍ଷୀଣତଟ ରେଳବାଇ ଜୋନ ଗଠନ ପ୍ରସ୍ତାବକୁ ରେଳ ମନ୍ତ୍ରଣାଳୟର ଉଚ୍ଚକ୍ଷମତା ସଂପନ୍ନ କମିଟି 3 ବର୍ଷ ତଳୁ ଖାରଜ କରିଛି । ତଥାପି କେନ୍ଦ୍ର ସରକାର ଆସନ୍ତା ନିର୍ବାଚନରେ ନିଜସ୍ବ ରାଜନୈତିକ ସ୍ବାର୍ଥ ପାଇଁ ରେଳବାଇ ଆର୍ଥିକ ଚାପ ସୃଷ୍ଟି କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

Share

Leave a Reply

Your email address will not be published. Required fields are marked *

15 − 13 =