ବିବାହ ନକଲେ ପଡିବେ ରୋଗରେ

ଆଜିକାଲି ଅଧିକାଂଶ ଲୋକ ବାହଘରର ନାଁ ଶୁଣିଲେ ଦୂରେଇ ରହୁଛନ୍ତି ।। ଯଦି ଆପଣ ଏମାନଙ୍କ ଭିତରୁ ଜଣେ ତେବେ ନିଜର ଇରାଦା ବଦଳାନ୍ତୁ । ଏକ ମେଡିକାଲର ଜର୍ନାଲ୍ ହାର୍ଟରେ ପ୍ରକାଶିତ ଏକ ଷ୍ଟଡି ରିପୋର୍ଟରୁ ଜଣାପଡିଛି ଯେ ବିବାହ କରିବା ଦ୍ବାରା ବଢୁଥିବା ବୟସରେ ହୃଦୟଜନିତ ରୋଗ ହେବାର ପରିଣାମ ଖୁବ୍ କମ୍ ଦେଖାଯାଇଥାଏ ।
୨୦ବର୍ଷରୁ ଚାଲିଥିବା ଏହି ଷ୍ଟଡିରୁ ଦୁଇ ମିଲିୟନରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଛି । ଷ୍ଟଡିରେ ସାମିଲଥିବା ଲୋକ ମାନେ ହେଉଛନ୍ତି ୟୁରୋପ୍, ଆମେରିକା ଓ ପୂର୍ବ ଏସିଆର । ଯାହାଙ୍କ ବୟସ ପାଖାପାଖି ୪୨ ରୁ ୭୭ବର୍ଷ ପର୍ୟ୍ୟନ୍ତ ।
ଏହାର କାରଣ ସମ୍ମାକୁ ଆସିଛି କି ନିଜ ସାଥୀଙ୍କ ଠାରୁ ଅଲଗା ରହୁଥିବା ଲୋକ ମାନେ,ଛାଡପତ୍ର ପାଇଥିବା ବ୍ୟକ୍ତି, ବିଧବା ମହିଳା ଏବଂ ଯେଉଁ ଲୋକ ମାନଙ୍କର ବାହାଘର ହୋଇନାହିଁ ଏହି ମାନଙ୍କର ହୃଦୟଜନିତ ରୋଗ ହେବାର ପରିଣାମ ୪୨ପ୍ରତିଶଧ ରହିଥାଏ । ଏହା ଛଡା ଏହି ଲୋକ ମାନଙ୍କୁ ୧୬ପ୍ରତିଶଧ କୋରନାରୀ ହାର୍ଟ ରୋଗ ଅଧିକ ପରିମାଣରେ ହୋଇଥାଏ । ୫୫ପ୍ରତିଶଧ ମାତ୍ରା ମୃତ୍ୟୁର କାରଣ ଷ୍ଟ୍ରୋକ୍ ଦ୍ବାରା ହୋଇଥାଏ ।
ପୁରୁଷ ଓ ମହିଳା ମାନଙ୍କ ଭିତରେ ସମାନ ପରିମାଣର ଭୟ ଦେଖିବାକୁ ମିଳିଛି । କିନ୍ତୁ ମହିଳାଙ୍କ ଠାରୁ ଅଧିକ ପୁରୁଷମାନଙ୍କ କ୍ଷେତ୍ରରେ ଷ୍ଟ୍ରୋକ୍ ବେଶୀ ଦେଖାଯାଇଥାଏ ।

Share

Leave a Reply

Your email address will not be published. Required fields are marked *

3 × 4 =