କେବିକେ ଯୋଜନା କାହିଁକି ବନ୍ଦ ହେଲା? : ନବୀନ

କଳାହାଣ୍ଡି ଜୟପାଟଣା ଓ ନର୍ଲାରେ ଜନସଭାକୁ ସମ୍ବୋଧିତ କରିଛନ୍ତି ନବୀନ । ମାଆ ମାନେ ହେଉଛନ୍ତି ପ୍ରକୃତରେ ବିକାଶର ଡବଲ ଇଂଜିନ । ବିଜେଡି ସରକାର ମହିଳାଙ୍କ ଉପରେ ଗୁରୁତ୍ୱ ଦେଇଛି । ସବୁ ଝିଅ ମାଗଣାରେ ପାଠ ପଢିବେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । କେଜିରୁ କଲେଜ, ମେଡିକାଲ, ଇଂଜିନିୟରିଂ ସବୁ ଝିଅ ମାଗଣାରେ ପାଠ ପଢିବେ । ମାଆ ମାନଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସହାୟତା ରାଶି ବଢିବ । ୭ ଲକ୍ଷ ବଦଳରେ ୧୦ ଲକ୍ଷକୁ ବୃଦ୍ଧି କରାଯିବ । ସେହିପରି ମିଶନ ଶକ୍ତିରେ ମାଆ ମାନଙ୍କୁ ବାର୍ଷିକ ୫ ହଜାର କୋଟିର ସରକାରୀ କାମ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କେବିକେ ଯୋଜନା କାହିଁକି ବନ୍ଦ ହେଲା ନବୀନ ପ୍ରଶ୍ନ କରିଛନ୍ତି । ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ପ୍ରଥମେ ଭବାନୀପାଟଣାରେ ମାଆ ମାଣିକେଶ୍ୱରୀ ପୀଠରେ ପହଚିଂଥିଲେ ମୁଖ୍ୟମନ୍ତ୍ରୀ । ମାଣିକେଶ୍ୱରୀଙ୍କ ଦର୍ଶନ କରି ନବୀନ ପଟ୍ଟନାୟକ ଆଜିର ପ୍ରଚାର ଆରମ୍ଭ କରିଛନ୍ତିି ।

Share

Leave a Reply

Your email address will not be published. Required fields are marked *

12 − 3 =