ଆଂଚଳିକ ଭାଷାରେ ଶିକ୍ଷାଦାନ

ନୂଆଦିଲ୍ଲୀ () ନୂଆ ଶିକ୍ଷା ନୀତିକୁ ମଂଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର କ୍ୟାବିନେଟ  । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାଁ ବଦଳି ଶିକ୍ଷା ମନ୍ତ୍ରଣାଳୟ କରାଯାଇଛି  ।

ପ୍ରାକ ପ୍ରାଥମିକ ଶିକ୍ଷା : ୨୦୨୫ ସୁଦ୍ଧା ୩ ବର୍ଷରୁ ୬ ବର୍ଷର ସବୁ ପିଲାଙ୍କୁ ପ୍ରାକ ପ୍ରାଥମିକ ଶିକ୍ଷା ମିଳିବ  ।

ସମସ୍ତଙ୍କୁ ଶିକ୍ଷା : ୨୦୩୦ ସୁଦ୍ଧା ୩ ବର୍ଷରୁ ୧୮ ବର୍ଷ ବୟସର ସମସ୍ତଙ୍କୁ ମିଳିବ ଶିକ୍ଷା

ନୂତନ ପାଠ୍ୟକ୍ରମ : ଏଥିରେ ୩ରୁ ୧୮ ବର୍ଷର ପିଲାଙ୍କ ପାଇଁ ୫+୩+୩+୪ ଭିତିରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ  ।
କ. ପ୍ରଥମ ପର୍ଯ୍ୟାୟରେ ପ୍ରାକ ପ୍ରାଥମିକ ଶିକ୍ଷା, ପ୍ରଥମ ଶ୍ରେଣୀ ଓ ଦ୍ୱିତୀୟ ଶ୍ରେଣୀ
ଖ. ପ୍ରାଥମିକ ଶିକ୍ଷା ତୃତୀୟରୁ ପଂଚମ ଶ୍ରେଣୀ
ଗ. ଉଚ୍ଚ ପ୍ରାଥମିକ ଶିକ୍ଷା ଷଷ୍ଠରୁ ଅଷ୍ଟମ
ଘ. ଉଚ୍ଚଶିକ୍ଷା ବା ମାଧ୍ୟମିକ : ନବମରୁ ଦ୍ୱାଦଶ

କଳା ଓ ବିଜ୍ଞାନ କ୍ଷେତ୍ରରେ ବିଶେଷ ପ୍ରଭେଦ ରହିବ ନାହିଁ : ନୂତନ ଶିକ୍ଷା ନୀତିରେ ବହୁ ନମନୀୟ ବ୍ୟବସ୍ଥା ରହିଛି  । ପିଲାମାନେ ନିଜ ପସନ୍ଦର ପାଠ ପଢ଼ିପାରିବେ  । ବିଷୟ ଚୟନରେ ପିଲାଙ୍କ ପସନ୍ଦକୁ ଅଗ୍ରାଧିକାର ଦିଆଯିବ  । ସେମାନେ କଳା, ବିଜ୍ଞାନ, ଖେଳ ଓ ଧନ୍ଦାମୂଳକ ପାଠ୍ୟକ୍ରମ ଆଦିକୁ ପସନ୍ଦ କରିପାରିବେ  ।

ଆଂଚଳିକ ଭାଷାରେ ଶିକ୍ଷାଦାନ : ୨ରୁ ୮ ବର୍ଷ ମଧ୍ୟରେ ପିଲାମାନେ ଖୁବଶୀଘ୍ର ଭାଷା ଶିକ୍ଷା ଗ୍ରହଣ କରିଥା’ନ୍ତି  । ସେହି ସମୟରେ ସେମାନଙ୍କୁ ମାତୃଭାଷା ସହ ତିନୋଟି ଭାଷା ଶିକ୍ଷା ଦିଆଯିବ  ।  ପ୍ରାରମ୍ଭିକ ବା ଫାଉଣ୍ଡେସନ ପର୍ଯ୍ୟାୟରେ ସେମାନଙ୍କୁ ଭାଷାଶିକ୍ଷା ପ୍ରଦାନ କରାଯିବ  ।

ପୂର୍ବଭଳି ତ୍ରିଭାଷୀୟ ଶିକ୍ଷା ଜାରି ରହିବ : ୧୯୬୮ ଶିକ୍ଷା ନୀତି, ୧୯୮୬ ଓ ୧୯୯୨ ଶିକ୍ଷାନୀତି ଭଳି ନୂଆ ଶିକ୍ଷାନୀତିରେ ବି ତ୍ରିଭାଷୀୟ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି  । ସ୍ଥାନୀୟ ଅଂଚଳ ଆଧାରରେ ଭାଷା ଚୟନ କରାଯିବ  ।

ଶାସ୍ତ୍ରୀୟ ଭାଷା ବି ଶିଖିବେ : ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଶାସ୍ତ୍ରୀୟ ଭାଷା ପଢ଼ାଯିବ  । ଯାହାଫଳରେ ଏହି ଭାଷାର ବିକାଶ ଓ ସଂରକ୍ଷଣ କରାଯାଇପାରିବ  । ସରକାରୀ ହେଉକି ବେସରକାରୀ ସେମାନେ ଏହି ଭାଷା ସମ୍ପର୍କରେ ଜାଣିବେ  । ସେହିପରି ମାଧ୍ୟମିକ ଶିକ୍ଷା ଓ ବିଶ୍ୱବିଦ୍ୟାଳୟସ୍ତରରେ ବି ଏହି ବିକଳ୍ପ ରହିବ  ।

ରାଜ୍ୟ ଶିକ୍ଷା ନିୟନ୍ତ୍ରଣ କର୍ତୃପକ୍ଷ : ପ୍ରତି ରାଜ୍ୟରେ ରାଜ୍ୟ ଶିକ୍ଷା ନିୟନ୍ତ୍ରଣ କର୍ତୃପକ୍ଷ ଗଠନ କରାଯିବ  ।
ନାସନାଲ ରିସର୍ଚ୍ଚ ଫାଉଣ୍ଡେସନ ଗଠନ କରାଯିବ  ।
ରାଷ୍ଟ୍ରୀୟ ଶିକ୍ଷା ଆୟୋଗ ଗଠନ କରାଯିବ  । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହା ଗଠନ କରାଯିବ  ।

Share

Leave a Reply

Your email address will not be published. Required fields are marked *

8 − 1 =