ବଢୁଛି ଭୂତେଶ୍ୱରନାଥ ଶିବଲିଙ୍ଗ

ଭୂତେଶ୍ୱରନାଥ ଶିବଲିଙ୍ଗ ଦୁନିଆର ବଡ ଶିବଲିଙ୍ଗ ହୋଇଥିବା ବେଳେ ଏହାର ଅନ୍ୟ ଏକ ସ୍ୱତନ୍ତ୍ରତା ରହିଛି। ପ୍ରାକୃତିକ ଭାବେ ନିର୍ମିତ ଏହି ଶିବଲିଙ୍ଗର ଆକାର ପ୍ରତିବର୍ଷ ବଢୁଛି। ଏହାର ଉଚ୍ଚତା ୧୮ ଫୁଟ ଏବଂ ୨୦ ଫୁଟ ଗୋଲାକାର ରହିଛି। ଏହାର ଉଚ୍ଚତା ପ୍ରତିବର୍ଷ ରାଜସ୍ୱ ବିଭାଗ ମାପୁଛି। ଏହା ପ୍ରତିବର୍ଷ ୬ ରୁ ୮ ଇଞ୍ଚ ବୃଦ୍ଧି ପାଉଛି। ୧୨ଟି ଜ୍ୟୋର୍ତିଲିଙ୍ଗ ପରି ଭୂତେଶ୍ୱରନାଥକୁ ମଧ୍ୟ ଅର୍ଦ୍ଧନାରୀଶ୍ୱର ଶିବଲିଙ୍ଗ ଭାବେ ମାନ୍ୟତା ପାଇଛି ।

ସୂଚନାଅନୁସାରେ, ଆଜିକୁ ପ୍ରାୟ ଅନେକ ବର୍ଷ ପୂର୍ବେ ଏଠାରେ ଜଣେ ଜମିଦାର ଚାଷବାସ କରୁଥିଲେ। ଶୋଭା ସିଂ ନାମକ ଜଣେ ଜମିଦାର ପ୍ରତି ସନ୍ଧ୍ୟାରେ ନିଜ କ୍ଷେତକୁ ବୁଲିବାକୁ ଯାଇଥାନ୍ତି।

ଦିନେ ଶୋଭା ନିଜ କ୍ଷେତ ପାଖରେ ଥିବା ଏକ କୁଦରେ ଷଣ୍ଢ ବୋବାଇବା ଏବଂ ସିଂହ ଗର୍ଜନ କରୁଥିବା ଶବ୍ଦ ଶୁଣିଥିଲେ। ତା ପରେ ସେ ଆସି ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକ ସେଠାକୁ ଯାଇ ବହୁତ ଖୋଜାଖୋଜି କରିଥିଲେ କିନ୍ତୁ ସେଠାରେ ଷଣ୍ଢ କିମ୍ବା ସିଂହ କିଛି ପାଇନଥିଲେ। ଲୋକେ ସେଠାରେ ଏକ ଛୋଟ ଶିବଲିଙ୍ଗ ଦେଖିବାକୁ ପାଇଥିଲେ। ଏହାପରେ ସେହି ଲିଙ୍ଗକୁ ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଇଥିଲେ।

Share

Leave a Reply

Your email address will not be published. Required fields are marked *

three × 4 =