ଓଡିଶାର ପରାମର୍ଶ ନେଲା ଗୁଜୁରାଟ

ଭୁବନେଶ୍ବର()  ଗୁଜରାଟ ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ବାୟୁ’ ।ଆସନ୍ତାକାଲି ସକାଳେ ଏହା ରାଜ୍ୟର ସୌରାଷ୍ଟ୍ର ଓ କଚ୍ଛ ମଧ୍ୟରେ ସ୍ଥଳଭାବ ଛୁଇଁବ। ସେତେବେଳେ ଘଣ୍ଟା ପ୍ରତି ୧୪୦ ରୁ ୧୬୫ କିଲୋମିଟର ବେଗରେ ପବନ ବହିବା ସହିତ ସମୁଦ୍ରରେ ଦେଢ଼ ମିଟର ପର୍ୟ୍ୟନ୍ତ ଢେଉ ଉଠିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

ସେପଟେ ‘ବାୟୁ’ର ମୁକାବିଲା ନେଇ ଓଡ଼ିଶାର ପରାମର୍ଶ ନେଲା ଗୁଜରାଟ ସରକାର । ଫୋନିକୁ ଓଡିଶା ସରକାର କିଭଳି ମୁକାବିଲା ଓ ପରିଚାଳନା କରିଥିଲେ ସେହି ଅଭିଜ୍ଞତାକୁ ପଚାରି ବୁଝିଛନ୍ତି ଗୁଜୁରାଟ ଅଧିକାରୀ । ଆଜି ଏ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହିତ କଥା ହୋଇଛନ୍ତି ଗୁଜରାଟରେ ମୁଖ୍ୟ ଶାସନ ସଚିବ ଜେ.ଏନ୍. ସିଂହ।

ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଛନ୍ତି,“ସାମୁଦ୍ରିକ ଝଡ଼ ‘ବାୟୁ’ର ମୁକାବିଲା ନେଇ ଗୁଜରାଟର ମୁଖ୍ୟ ଶାସନ ସଚିବ ମୋ ସହିତ ଆଲୋଚନା କରିଥିଲେ। ଓଡ଼ିଶାଠାରୁ ଯଦି କୌଣସି ସାହାଯ୍ୟ ଦରକାର ହେବ, ତା’ହେଲେ ସେମାନେ ଆମକୁ କହିପାରିବେ ବୋଲି ମୁଁ ତାଙ୍କୁ କହିଛି। ପରିସ୍ଥିତି ଦେଖି ସାହାଯ୍ୟ ନେବେ ବୋଲି ସେ ମୋତେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

2 + nine =