କରୋନା ଭାଇରସ୍ ତୃତୀୟ ଷ୍ଟେଜରେ ପହଞ୍ଚି ସାରିଲାଣି

ନୂଆଦିଲ୍ଲୀ () ଭାରତରେ କରୋନା ଭାଇରସ୍ (କୋଭିଡ୍-୧୯) ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଏହାରି ମଧ୍ୟରେ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ର ଡାଇରେକ୍ଟର ରଣଦୀପ ଗୁଲେରିଆଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ଦେଶର କିଛି ଅଞ୍ଚଳରେ କରୋନା ଭାଇରସ୍ ତୃତୀୟ ଷ୍ଟେଜ୍ରେ ପହଞ୍ଚି ସାରିଲାଣି । ଏବେ ଗୋଷ୍ଠୀ ସଂକ୍ରମଣ (କମ୍ୟୁନିଟି ସ୍ପ୍ରେଡ୍) ଆରମ୍ଭ ହୋଇଛି ଏବଂ ଏହାକୁ ରୋକିବାକୁ ପଡ଼ିବ । ତେଣୁ ଲକ୍ଡାଉନ୍କୁ ଜନସାଧାରଣ କଡ଼ାକଡ଼ି ଭାବେ ପାଳନ କରିବା ଜରୁରୀ ବୋଲି ସେ କହିଛନ୍ତି । ତେବେ ସେ ସ୍ପଷ୍ଟୀକରଣ ରଖି କହିଛନ୍ତି ଯେ, ସମଗ୍ର ଭାରତର ସ୍ଥିତି ଦେଖିବାକୁ ଗଲେ ଏହା ଦ୍ୱିତୀୟ ଷ୍ଟେଜ୍ରେ ରହିଛି, କିନ୍ତୁ କିଛି ଅଞ୍ଚଳରେ ତୃତୀୟ ଷ୍ଟେଜ୍ ହୋଇ ସାରିଲାଣି । ଯଦି ଆମେ ଏବେଠାରୁ ପ୍ରଭାବୀ ପଦକ୍ଷେପ ନେବା ତେବେ ଆମେ ଦ୍ୱିତୀୟ ଷ୍ଟେଜ୍ରେ ହିଁ ରହିବା ବୋଲି ସେ କହିଛନ୍ତି । ସମଗ୍ର ଦେଶ ମଧ୍ୟରେ ମୁମ୍ବାଇ କମ୍ୟୁନିଟି ସ୍ପ୍ରେଡ୍ ମାମଲାରରେ ସବୁଠାରୁ ଆଗରେ ରହିଛି । ସାରା ବିଶ୍ୱର କରୋନା ସ୍ଥିତି ଦେଖିବାକୁ ଗଲେ ଆମେ ଏବେ କିଛିମାତ୍ରାରେ ସୁରକ୍ଷିତ ଅଛେ ବୋଲି କୁହାଯାଇପାରିବ ବୋଲି ସେ କହିଛନ୍ତି । ଦିଲ୍ଲୀର ନିଜାମୁଦ୍ଦିନ୍ରେ ଆୟୋଜିତ ତବଲିଗୀ ଜମାତ ଧାର୍ମୀକ କାର୍ଯ୍ୟକ୍ରମ ଯୋଗୁଁ କୋଭିଡ୍-୧୯ ମାମଲା ଦେଶରେ ଅଧିକ ମାତ୍ରାରେ ଦେଖାଦେଇଛି । ଏପରି ସ୍ଥିତିରେ ତବଲିଗୀ ଜମାତ୍ରେ ସାମିଲ ହୋଇଥିବା ଲୋକ ସ୍ୱତଃସ୍ପୂର୍ତ୍ତଭାବେ ସାମ୍ନାକୁ ଆସିବା ଜରୁରୀ ଏବଂ ସେମାନେ ନିଜକୁ କ୍ୱାରେଣ୍ଟାଇନ୍ରେ ରଖନ୍ତୁ ବୋଲି ସେ ଅପିଲ୍ କରିଛନ୍ତି । ତବଲିଗୀ ଜମାତ୍ରେ ସାମିଲ ହୋଇଥିବା ଲୋକଙ୍କୁ ଟ୍ରେସ୍ କରିବା ସରକାରଙ୍କ ପାଇଁ ଏକ ଚାଲେଞ୍ଜ ହୋଇପଡ଼ିଛି । ସରକାର କ୍ଲଷ୍ଟର ସ୍ପ୍ରେଡ୍କୁ ରୋକିବା ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

6 + 20 =