ପୁଣି କାର୍ଯ୍ୟକ୍ଷମ ହେଲା ଆହାର କେନ୍ଦ୍ର

ଭୁବନେଶ୍ବର () ବାତ୍ୟାର ୧୩ ଦିନ ପରେ ରାଜଧାନୀ ସମେତ ପୁରୀ ଓ କଟକରେ ଥିବା ଆହାର କେନ୍ଦ୍ର ଖୋଲିଛି। ଏଣିକି ପୂର୍ବଭଳି ଏଠି ମିଳିବ ଖାଦ୍ୟ । ଭୁବନେଶ୍ବରରେ ୧୧ଟି ସ୍ଥାନରେ ଥିବା ଆହାର କେନ୍ଦ୍ର ଗୁଡ଼ିକ ଆଜି ଖୋଲିଥିବା ବେଳେ ୪ ଟି କେନ୍ଦ୍ରରେ ହଜାରେ ଲୋକମାନଙ୍କ ପାଇଁ ଆହାର ଯୋଗାଇ ଦିଆଯାଇଛି । ବାକି ୭ ଟି କେନ୍ଦ୍ରରେ ୫୦୦ ଲୋକମାନଙ୍କ ପାଇଁ ଆହାର ଯୋଗାଇଦିଆଯାଇଛି। ବାତ୍ୟାର 13 ଦିନ ଆହାର କେନ୍ଦ୍ର ଖୋଲିଥିବାରୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଉପକୁଳ ଓଡ଼ିଶାର ପୁରୀ, ଖୋର୍ଦ୍ଦା ଓ କଟକ ସମେତ ଅଧିକାଂଶ ଜିଲ୍ଲା ବାତ୍ୟାରେ ହୋଇଥିଲା ପ୍ରଭାବିତ । ଏଥିରେ ଆହାର କେନ୍ଦ୍ର ଗୁଡ଼ିକରେ ମଧ୍ୟ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଥିବାରୁ ମରାମତି ପାଇଁ ସମୟ ଲାଗିଥିଲା। ଯାହା ଫଳରେ ଆହାର ଲୋକମାନଙ୍କୁ ଯୋଗାଇଦେବା ପାଇଁ ସମ୍ଭବ ହୋଇନଥିଲା। ଭୁବନେଶ୍ବରରେ କ୍ୟାପିଟାଲ ହସ୍ପିଟାଲ୍, ବରମୁଣ୍ଡା ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ, କଳ୍ପନା ଛକ୍, ରସୁଲଗଡ଼, କଳିଙ୍ଗ ହସ୍ପିଟାଲର, ନୟାପଲ୍ଲୀ ଦୁର୍ଗ ମଣ୍ଡପ ଆହାର କେନ୍ଦ୍ରର ପାଣି ଟାଙ୍କି ବ୍ୟାରେ ଭାଙ୍ଗିଯାଇଥିବା ବେଳେ ଏହି କେନ୍ଦ୍ରଗୁଡିକର କିଛି ଅଂଶ ମଧ୍ୟ ଭାଙ୍ଗିରୁଜି ଯାଇଥିଲା । ତେଣୁ ଏହିସବୁ ଆହାର କେନ୍ଦ୍ର ଗତ କିଛି ଦିନ ଧରି ବନ୍ଦ ରହିଥିଲା ।

ଆଜିଠାରୁ ବିଧିବଦ୍ଧ ଭାବରେ ଆହାର କେନ୍ଦ୍ରରେ ଖାଦ୍ୟ ବିତରଣ କରାଯାଉଛି। ପ୍ରତିଦିନ ଯେପରି 10 ହଜାର ଲୋକଙ୍କ ପାଇଁ ଖାଦ୍ୟ ବିତରଣ କରାଯାଉଥିଲା ସେହିପରି ପ୍ରତିଦିନ ଚାଲିବ । ରାତି ଆହାର କେନ୍ଦ୍ରରେ ଖାଦ୍ୟ ବିତରଣକୁ ନେଇ ଏବେ ଯାଏଁ କୌଣସି ସୂଚନା ନାହିଁ ।

କିଛି ଦିନ ପରେ ଆହାର କେନ୍ଦ୍ର ଖୋଲିଥିବାରୁ କର୍ମଚାରୀମାନେ ଖୁସି । ଏଥିସହିତ ଖାଇବାକୁ ଆସୁଥିବା ଲୋକମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। କ୍ୟାପିଟାଲ ହସ୍ପିଟାଲରେରେ ଥିବା ଆହାର କେନ୍ଦ୍ରରେ ଆଜି ହଜାର ଲୋକମାନଙ୍କ ପାଇଁ ଆହାର ପ୍ରସ୍ତୁତ କରାଯାଇଛି। ଭାତ, ଡାଲମା, ଓ ଖଟା ପରି ପ୍ରସ୍ତୁତ କରାଯାଇଛି। ସରକାରଙ୍କ ଉଦ୍ୟମରେ ଏହା ସଫଳ ହୋଇଛି ବୋଲି ସନାତନ ଭୂୟାଁ ଆହାର ବିତରଣ କରୁଥିବା କର୍ମଚାରୀ କହିଛନ୍ତି।

ଆହାର କେନ୍ଦ୍ର ଆଜି ଖୋଲିଥିବା ବେଳେ ଲୋକମାନଙ୍କ ମନ ରେ ଅନେକ ଖୁସି ଅଛନ୍ତି। ଦୀର୍ଘ ଦିନ ଧରି ବନ୍ଦ ରହିଥିବାରୁ ଅନେକ ଗରିବ ଲୋକ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଆଜି ଆହାର କେନ୍ଦ୍ର ଖୋଲିଥିବାରୁ ଅନେକ ଲୋକ ଏହା ପ୍ରତି ଅନେକ ଲୋକ ଉପକୃତ ହେଉଛନ୍ତି।

Share

Leave a Reply

Your email address will not be published. Required fields are marked *

thirteen + 6 =