ଇରାନରୁ ୨୭୭ଜଣ ଭାରତୀୟଙ୍କୁ ଉଦ୍ଧାର କଲେ କେନ୍ଦ୍ର ସରକାର

ଯୋଧପୁର() ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ବର ୧୯୬ଟି ଦେଶକୁ ବ୍ୟାପିସାରିଲାଣି । ବର୍ତ୍ତମାନ ସୁଦ୍ଧା କରୋନାରେ ୧୬ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି । କରୋନା ପ୍ରଥମେ ଚୀନ୍, ପରେ ଇରାନ ଇଟାଲୀରେ ନିଜର କାୟା ବିସ୍ତାର କରିଛି । ଚୀନ୍ ଠାରୁ ଇଟାଲୀରେ ଅଧିକା ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଅନୁମାନ କରାଯାଉଛି । ଇଟାଲୀ ଅତି ସଙ୍ଗୀନ ହୋଇପଡିଛି କରୋନା ସ୍ଥିତି । ସେହିପରି ଇରାନ ମଧ୍ୟ କାୟା ବିସ୍ତାର କରିଥିଲା କରୋନା ଭାଇରସ । କିନ୍ତୁ ଇରାନରେ ଏବେ ସ୍ଥିତି ପୂର୍ବ ଅପେକ୍ଷା ଦୃଢ ଥିବା ଜଣାପଡିଛି । ତେବେ ଇରାନରୁ ୨୭୭ଜଣ ଭାରତୀୟଙ୍କୁ ଉଦ୍ଧାର କରିଛନ୍ତି କେନ୍ଦ୍ର ସରକାର । ଇରାନରୁ ୨୭୭ଜଣ ଭାରତୀୟଙ୍କୁ ନେଇ ଏକ ସ୍ବତନ୍ତ୍ର ବିମାନ ଯୋଧପରୁରେ ଅବସ୍ଥାନ କରିଛି । ସ୍ବଦେଶକୁ ଫେରିଥିବା ସମସ୍ତ ଭାରତୀୟ ବୈଦଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ ଭାରତକୁ ଫେରିଥିବା ସମସ୍ତ ୨୭୭ଜଣଙ୍କୁ ଆସନ୍ତା ୧୪ଦିନ ପାଇଁ ଅଲଗା ରଖାଯିବ । ଏବଂ ସେମାନଙ୍କ ଚିକିତ୍ସା ଜାରି ରହିବ ବୋଲି ଜଣାପଡିଛି । ଯେପର୍ୟ୍ୟନ୍ତ ସେମାନଙ୍କ ରିପୋର୍ଟ ନେବେଟିଭ୍ ବାହାରିବା ନାହିଁ ଏବଂ ସେମାନଙ୍କୁ ଡାକ୍ତର ସମ୍ପର୍ଣ୍ଣ ସୁସ୍ଥ ଥିବା ରିପୋର୍ଟ ଦେବେ ନାହିଁ । ସେପର୍ୟ୍ୟନ୍ତ କାହାରିକୁ ବି ବାହାରକୁ ଛଡାଯିବ ନାହିଁ ବୋଲି ସୂଚନା ରହିଛି । ଏହାପୂର୍ବରୁ ୨୩୪ ଭାରତୀୟଙ୍କ ଇରାନରୁ ଭାରତ ଅଣାଯାଇଥିଲେ । ବୈଦେଶିକ ମନ୍ତ୍ରୀ ଏସ୍। ଜୟଶଙ୍କର କହିଛନ୍ତି ଯେ ଇରାନରେ ଫସି ରହିଥିବା ୨୩୪ ଜଣ ଭାରତୀୟ ଭାରତକୁ ଅଣାଯାଇଛି ।

Share

Leave a Reply

Your email address will not be published. Required fields are marked *

18 + 16 =