ଶାଶୁ-ଶ୍ବଶୁରଙ୍କୁ ଭରଣପୋଷଣ ଦେବା ପାଇଁ ବୋହୂକୁ ବାଧ୍ୟ କରାଯାଇପାରିବ ନାହିଁ ; ବମ୍ବେ ହାଇକୋର୍ଟ

ବମ୍ବେ ହାଇକୋର୍ଟ ଶାଶୁ-ଶ୍ବଶୁରଙ୍କ ଉପରେ ବୋହୂକୁ ନେଇ ଏକ ଗୁରୁତ୍ୱପୂର୍ଣ ରାୟ ଶୁଣାଇଛନ୍ତି | ଶାଶୁ-ଶ୍ବଶୁରଙ୍କ ଭରଣପୋଷଣ ଖର୍ଚ୍ଚ ଦେବାକୁ ଜଣେ ବହୁ ବାଧ୍ୟ ନୁହଁନ୍ତି ବୋଲି ମାନ୍ୟବର କୋର୍ଟ ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି | କାରଣ ବରିଷ୍ଠ ନାଗରିକ ନିୟମ ଧାରା ୨(ଏ) ଅଧୀନରେ ପୁଅ, ଝିଅ, ନାତି-ନାତୁଣୀ ଓ ସ୍ବାମୀ ଆସୁଛନ୍ତି କିନ୍ତୁ ଏଥିରେ ବୋହୂଙ୍କ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ । ସେହି ଦୃଷ୍ଟିରୁ ବୋହୂଙ୍କୁ ନିଜ ଶାଶୁ-ଶ୍ବଶୁରଙ୍କ ଭରଣପୋଷଣ ଖର୍ଚ୍ଚ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ ।

ଜଷ୍ଟିସରେ ବତୀ ମୋହିତେ ଦେରେ ଏବଂ ଜଷ୍ଟିସ ମାଧବ ଜମାଦରଙ୍କ ଖଣ୍ଡପୀଠ ଏହି ମାମଲାରେ ଟ୍ରିବ୍ୟୁନାଲ କୋର୍ଟର ନିର୍ଦ୍ଦେଶକୁ ଖାରଜ କରି ଏହି ରାୟ ଶୁଣାଇଛନ୍ତି । ଶାଶୁ-ଶ୍ବଶୁରଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ ନୁହଁନ୍ତି ବୋହୂଶାଶୁ-ଶ୍ବଶୁରଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ ନୁହଁନ୍ତି ବୋହୂପୁଅବୋହୂଙ୍କ ଠାରୁ ଭରଣପୋଷଣ ଦାବି କରି ଜଣେ ବୃଦ୍ଧ ଦମ୍ପତି ଟ୍ରିବ୍ୟୁନାଲ କୋର୍ଟର ଦ୍ବାରସ୍ଥ ହୋଇଥିଲେ ।

୨୦୧୯ରେ ଟ୍ରିବ୍ୟୁନାଲ ବୃଦ୍ଧ ଦମ୍ପତିଙ୍କ ସପକ୍ଷରେ ରାୟ ଶୁଣାଇ କହିଥିଲେ ଯେ, “ପିଲାମାନେ ବାପାମାଆଙ୍କ ଭରଣପୋଷଣ ପାଇଁ ଦାୟୀ ଅଟନ୍ତି । ତେଣୁ ଟ୍ରିବ୍ୟୁନାଲ ପୁଅବୋହୂଙ୍କୁ ନିଜ ବାପାମାଆଙ୍କ ମାସିକ ୨୫ ହଜାର ଟଙ୍କା ଭରଣପୋଷଣ ବାବଦ ଖର୍ଚ୍ଚ ଦେବା ସହ ଜୁହୁ ସ୍ଥିତ ଦମ୍ପତିଙ୍କ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।” ଟ୍ରିବ୍ୟୁନାଲଙ୍କ ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ ବୋହୂ ।ତାଙ୍କର କୌଣସି ରୋଜଗାର ନଥିବାରୁ ସେ ଏହି ଭରଣପୋଷଣ ଖର୍ଚ୍ଚ ଦେବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ । ତାଙ୍କ ଶ୍ବଶୁରଙ୍କ ମୃତ୍ୟୁ ଘଟିଥିବାବେଳେ ଶାଶୁ ଅସୁସ୍ଥତା କାରଣରୁ ହ୍ବିଲଚେୟାର ସାହାର ନେଉଛନ୍ତି । ସେ ତାଙ୍କ ଖର୍ଚ୍ଚ ତୁଳାଇବାକୁ ଅସମର୍ଥ ବୋଲି କହିଥିଲେ । ଏହି ମାମଲାର ବିଚାର କରି ହାଇକୋର୍ଟ କହିଥିଲେ ଯେ, ବୃଦ୍ଧାଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପୁଅ ବୋହୂଙ୍କ ଦାୟିତ୍ବ ଅଟେ । ବୃଦ୍ଧାଙ୍କ ଯତ୍ନ ନେବା ଅର୍ଥ ତାଙ୍କ ପ୍ରତି ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଅଟେ । ଏଥିସହ ପୁଅ, ନାତି, ନାତୁଣୀ, ସ୍ବାମୀଙ୍କୁ ଭରଣପୋଷଣ ପାଇଁ ନିର୍ଦ୍ଦେଶ ଦିଆଯାଇପାରିବ କିନ୍ତୁ ବୋହୂଙ୍କୁ ନୁହେଁ ବୋଲି କୋର୍ଟ କହିଥିଲେ ।

Share

Leave a Reply

Your email address will not be published. Required fields are marked *

15 + 2 =