ରିତିକ୍ଙ୍କ ଉପରେ ଗମ୍ଭୀର ଆରୋପ

ମୁମ୍ବାଇ()  ଅଡୁଆରେ ଅଭିନେତା ରିତିକ୍ ରୋଶନ । ରିତିକ୍ଙ୍କ ଉପରେ ଗମ୍ଭୀର ଆରୋପ ଆଣିଲେ କଙ୍ଗନାଙ୍କ ଭଉଣୀ । କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ଟୁଇଟ୍ କରି ଲେଖିଛନ୍ତି ରିତିକଙ୍କ ଭଉଣୀ ସୁନୈନାଙ୍କୁ ତାଙ୍କ ଘରେ ଶାରୀରିକ ଏବଂ ମାନସିକ ସ୍ଥରରେ ନିର୍ୟ୍ୟାତନା ଦିଆଯାଉଛି ।

ସୁନୈନା ଜଣେ ମୁସ୍ଲିମ୍ ଯୁବକଙ୍କ ଭଲ ପାଉଥିବାରୁ ତାଙ୍କ ଘରେ ତାଙ୍କୁ ନିର୍ୟ୍ୟାତନା ଦେବା ଆରମ୍ଭ କରିଛନ୍ତି । ପୂର୍ବ ସପ୍ତାହରେ ଜଣେ ମହିଳା ପୁଲିସକର୍ମୀଙ୍କୁ ଘରକୁ ଆଣି ସୁନୈନାଙ୍କୁ ଚାପୁଡ଼ା ମରାଇବା ସହ ତାଙ୍କ ବାପା ରାକେଶ ରୋଶନ ସୁନୈନାଙ୍କୁ ମାଡ଼ ମାରିଥିଲେ । ତାଙ୍କ ଭାଇ ରିତିକ୍ ତାଙ୍କୁ ଘର ଭିତରେ ବନ୍ଦ କରି ରଖିବାକୁ ଚେଷ୍ଟା କରୁଛନ୍ତି ।

ସୁନୈନା ବାରମ୍ବାର କଙ୍ଗନାଙ୍କୁ ଫୋନ କରି କାନ୍ଦିବା ସହ ସାହାଯ୍ୟ ମାଗୁଛନ୍ତି । କିନ୍ତୁ କଙ୍ଗନା କିଭଳି ସାହାଯ୍ୟ କରିବେ ବୋଲି ଜାଣି ପାରୁ ନାହାନ୍ତି । ଆଶା କରୁଛି କି, ଏବେ ରୋଶନ ପରିବାରର ଅସଲ ଚେହେରା ସାମ୍ନାକୁ ଆସିବା ପରେ ସେମାନେ ଏଭଳି କରିବା ବନ୍ଦ କରିଦେବେ ବୋଲି ଲେଖିଛନ୍ତି ରଙ୍ଗୋଲି ।

Share

Leave a Reply

Your email address will not be published. Required fields are marked *

9 + two =