ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ

କଳାହାଣ୍ଡି: କଳାହାଣ୍ଡି ଜିଲା ଜୁନାଗଡ ଥାନା ଅର୍ନ୍ତଗତ ମୂର୍ଲାପଦର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ଭାଇଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଆହତ ହୋଇଛି। ମୃତକଙ୍କ ଘର ଜୁନାଗଡ ବ୍ଲକ ଅନ୍ତର୍ଗତ ମରିଆବନ୍ଧଲି ଗାଁରେ ଓ ଚଞ୍ଜରାଭାଡି ଗାଁର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଗତକାଲି ବିଳମ୍ବିତ ରାତିରେ ଏହି ୪ ଜଣ ଗୋଟିଏ ବାଇକରେ ଝାରବନ୍ଧରୁ ଜୁନାଗଡ ଅଭିମୁଖେ ଯାଉଥିବା ବେଳେ ମୂର୍ଲାପଦର ନିକଟରେ ଦୁର୍ଘଟଣା ଘଟିଥିଲା। ବାଇକଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share

Leave a Reply

Your email address will not be published. Required fields are marked *

ten + 18 =