ବିଜେପି ପାଳିଲା କଳା ଦିବସ

ନୂଆଦିଲ୍ଲୀ (): ଜରୁରୀ ପରିସ୍ଥିତିକୁ ବିରୋଧ କରି ବିଜେପି ଦେଶବ୍ୟାପୀ କଳା ଦିବସ ପାଳନ କରୁଥିବା ବେଳେ ମୁମ୍ବାଇରେ ବିଚର ସମ୍ବୋଧନ ସଭାରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜରୁରୀକାଳୀନ ପରିସ୍ଥିତିକୁ ୪୩ ବର୍ଷ ପୂରଣ ଅବସରରେ ସେହି ସମୟର ଭୟାବହତା ସମ୍ପର୍କରେ ବଖାଣିଛନ୍ତି ମୋଦି । ଏହା ସହ କଂଗ୍ରେସକୁ ମଧ୍ୟ ଜୋରଦାର ଟାର୍ଗେଟ୍ କରିଛନ୍ତି । ଜରୁରୀ ପରିସ୍ଥିତି ଜାରି କରି କଂଗ୍ରେସ ପାପ କରିଥିଲା ବୋଲି ମୋଦି କହିଛନ୍ତି । କ୍ଷମତା ମୋହରେ କଂଗ୍ରେସ ଦେଶକୁ ଜେଲଖାନାରେ ପରିଣତ କରି ଦେଇଥିଲା । ଗୋଟିଏ ପରିବାର ପାଇଁ ସମ୍ବିଧାନର ଦୂରୁପଯୋଗ କରାଯାଇଥିଲା । ଯେଉଁଥି ପାଇଁ ସମ୍ବିଧାନକୁ ସମ୍ମାନ କରୁଥିବା ଲୋକଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏବେ ମଧ୍ୟ କଂଗ୍ରେସର ଏମରଜେନ୍ସି ମାନସିକତା ଯାଇ ନାହିଁ । ମହାଭିଯୋଗ ଆଣି ନ୍ୟାୟପାଳିକାକୁ ଭୟଭୀତ କରିବାକୁ କଂଗ୍ରେସ ଉଦ୍ୟମ କରୁଛି ବୋଲି ମୋଦି କହିଛନ୍ତି ।

ଆଜି ବିଜେପି ପାଳୁଛି କଳା ଦିବସ । ୧୯୭୫ ମସିହା ଜୁନ ୨୬ ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ । ଏହା ବିରୋଧରେ ଆଜି ବିଜେପି ପୁରା ଦେଶରେ କଳା ଦିବସ ପାଳନ କରୁଛି । ଏନେଇ କେନ୍ଦ୍ର ବିଜେପି ନେତାମାନେ ପୁରା ଦେଶରେ ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗୁଜରାଟର ଅହମଦାବାଦ ଯାଇ ସେଠାରେ ପ୍ରେସ କନଫରେନ୍ସ କରିଛନ୍ତି । ସେଠାରେ କଂଗ୍ରେସ ଶାସନର କଳା ଅଧ୍ୟାୟ ସଂପର୍କରେ କହିଛନ୍ତି ଶାହା । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମହାରାଷ୍ଟ୍ରର ପୁଣେ ଯାଇ ଏହି କଳା ଦିବସ ନେଇ ପ୍ରେସ କନଫରେନ୍ସ କରିଛନ୍ତି ।

ଜୁନ ୨୫ ମଧ୍ୟରାତ୍ରିରେ ଇନ୍ଦିରା ଗାନ୍ଧୀ ଆପାତକାଳୀନ ପରିସ୍ଥିତି ଲାଗୁ କରିଥିଲେ, ଯାହା ୧୯୭୭ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଜାରି ରହିଥିଲା । ସେହିପରି ବିଜେପି ନେତା ଜିତେନ୍ଦ୍ର ସିଂ ଆସାମ ଯାଇ ସେଠାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭୀ ଉତ୍ତରପ୍ରଦେଶର ଲକ୍ଷ୍ନୌ, ମଧ୍ୟପ୍ରଦେଶରେ ଜେପି ନେତା ଅନନ୍ତ କୁମାର ସମ୍ମିଳନୀ କରିଛନ୍ତି । ଆଜିର ଦିନରେ କଗ୍ରେସ କିଭଳି ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଳା, କିଭଳି ଦେଶରେ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ ସେ ନେଇ କହିଛନ୍ତି ଅନନ୍ତ କୁମାର । ସେହିପରି ରାଜସ୍ଥାନରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ।

Share

Leave a Reply

Your email address will not be published. Required fields are marked *

2 × four =