ଧର୍ମେନ୍ଦ୍ରଙ୍କୁ ବିଜେଡିର ସମାଲୋଚନା : ପ୍ରତିଶ୍ରୁତି ନୁହେଁ, ପ୍ରତାରଣାର ସମାବେଶ

ଭୁବନେଶ୍ୱର () ବିଜେପି ଆଜି ସାରା ଦେଶରେ ଭାରତୀୟ ଜୁମଲା ପାର୍ଟିରେ ପରିଣତ ହୋଇଛି । ମିଛ ପ୍ରଚାର, ବିଭ୍ରାନ୍ତିକର ତଥ୍ୟ ଓ ପ୍ରତାରିତ କରୁଛି । ଏହି କ୍ରମରେ “ପ୍ରତିଶ୍ରୁତି ସମାବେଶ” ନାଁରେ ଆଉ ଏକ ପ୍ରହେଳିକା ସୃଷ୍ଟି କରିଛି । 2014 ପୂର୍ବରୁ ଏମିତି ଅନେକ ପ୍ରତୁଶ୍ରୁତି ଦେଇଥିଲା ଯାହା ଆଜି ଯାଏଁ ପୁରାଣ ହୋଇନି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିବା ସହ ବିଜେପିର ମିଛ ପ୍ରତିଶ୍ରୁତିର ଲମ୍ବା ତାଲିକା ଦେଇଛି ବିଜେଡି ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା : 2014 ନିର୍ବାଚନ ଇସ୍ତାହାରରେ ବିଜେପି କ୍ଷମତାକୁ ଆସିଲେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ପ୍ରତିଶ୍ରୁତି ଦେଇଥିଲା । 5 ବର୍ଷ ପରେବି ଏହି ପ୍ରତିଶ୍ରୁତି ପାଳନ ହୋଇନି, ବରଂ ଏହି ଦାବି ଉଠିଲେ ତାହା କେନ୍ଦ୍ର ନେତାଙ୍କ ବଧିର କାନରେ ପଡୁନି ।

ପ୍ରତିବର୍ଷ 2 କୋଟି ନିଯୁକ୍ତି : କ୍ଷମତାକୁ ଆସିଲେ ପ୍ରତିବର୍ଷ 2 କୋଟି ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଥିଲା ବିଜେପି । 5 ବର୍ଷରେ ସର୍ବଭାରତରେ 10 କୋଟି ଏବଂ ଏହି ହାରରେ ଓଡିଶାରୁ 36 ଲକ୍ଷ ଯୁବକ ଯୁବତୀ ନିଯୁକ୍ତି ପାଇବା କଥା । 5 ବର୍ଷ ପରେ ବି ପ୍ରତିଶ୍ରୁତି ପୁରାଣ ଜରିପାରିନଥିବା ଦଳ ପୁଣି ଥରେ ସେଇ ସମାନ ପ୍ରତିଶ୍ରୁତି ଦେଉଛି । ସେପଟେ ଗତ ବର୍ଷ ଦେଶରେ 1କୋଟି ଯୁବକ ଯୁବତୀ ଚାକିରୀ ହରାଇଥିବା ସିଏମଆଇଇ ରିପୋର୍ଟରେ କୁହାଯାଇଛି ।

ପ୍ରତି ଆକାଉଣ୍ଟକୁ 15 ଲକ୍ଷ ଟଙ୍କା : କ୍ଷମତାକୁ ଆସିଲେ କଳା ଧନ ଫେରିବ ଆଉ ସମସ୍ତଙ୍କ ଆକାଉଣ୍ଟକୁ 15 ଲକ୍ଷ ଟଙ୍କା ଦେବାକୁ 2014 ଇସ୍ତାହାରରେ ବିଜେପି ଘୋଷଣା କରିଥିଲା । କିନ୍ତି ଟଙ୍କା ଆସିବ କଣ ବିମୁଦ୍ରିକାରଣ ନାଁରେ ଲୋକଙ୍କ ହଟହଟା କହିଲେ ନସରେ ।

ଧାନର ଏମଏସପି ଦେଢ଼ ଗୁଣା ବୃଦ୍ଧି : 2014 ନିର୍ବାଚନ ପୂର୍ବରୁ ବିଜେପି କ୍ଷମତାକୁ ଆସିଲେ ଧାନର ଏମଏସପି ଦେଢ଼ଗୁଣା କରିବାକୁ ଘୋଷଣା କରିଥିଲା  । କିନ୍ତୁ ଦେଢ଼ଗୁଣା କରିବା ପରିବର୍ତ୍ତେ 200 ଟଙ୍କା ବଢ଼ାଇଛନ୍ତି । ଚାଷୀଙ୍କ ପାଇଁ ଏହା ବିଜେପିର ପ୍ରତିଶ୍ରୁତିବଦ୍ଧତା ନା ପ୍ରତାରଣା ବୋଲି ବିଜେଡି ପ୍ରଶ୍ନ କରିଛି ।

ମହାନଦୀ, ପୋଲାଭରମ, ଉପକୂଳ ରାଜପଥ, 33ଟି ଯୋଜନାରୁ ଅର୍ଥକାଟ ଓ 8ଟି ଯୋଜନା ବନ୍ଦ ହେବା : ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ଉଦ୍ଧିଷ୍ଟ କେବିକେ, ବିଆରଜିଏଫ, ଆଇଏପି ଭଳି ଯୋଜନାକୁ ବିଜେପି କ୍ଷମତାକୁ ଆସିବା ପରେ ବନ୍ଦ କରିଦେଲା । କୋଇଲା ନିଲମରୁ ଓଡ଼ିଆହ 70 ହଜାର କୋଟି ପାଇବା ବୋଲି ଦାବି କରୁଥିବା ବିଜେପି ଅମଳରେ 5 ବର୍ଷରେ ମିଳିଛି ମାତ୍ର 370କୋଟି ଟଙ୍କା  । ରେଳବାଇରୁ କେନ୍ଦ୍ର ବାର୍ଷିକ 20 ହଜାର କୋଟି ନେଉଥିବା ବେଳେ ଓଡ଼ିଶାରେ ବାର୍ଷିକ ମାତ୍ର 2 ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି ।

Share

Leave a Reply

Your email address will not be published. Required fields are marked *

five × 1 =