ମହିଳା ସଶକ୍ତିକରଣ ଲକ୍ଷ୍ୟରେ ମହିଳା ସମାବେଶ

ଭୁବନେଶ୍ବର () ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟବ୍ୟାପୀ ବିଜେଡି ମହିଳା ସମାବେଶ । ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଏହି ସମାବେଶର ଆୟୋଜିତ ହେବ । ଗତ ଅଗଷ୍ଟ 24 ତାରିଖରେ ଆୟୋଜିତ ମହିଳା କାର୍ଯ୍ୟକରିଣୀରେ ଗୃହୀତ 6ଟି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ସବୁ ବିଜେଡି ବିଧାୟକ, ବିଧାୟିକା, ପର୍ଯ୍ୟବେକ୍ଷକ, ବିଧାୟକ ପ୍ରାର୍ଥୀ ଓ ଜିଲ୍ଲା ସଭାପତିଙ୍କ ଚିଠି ଲେଖିଛନ୍ତି ।

ବିଜେଡି ସରକାରର ସଫଳତାର ବାର୍ତା ସବୁ ଘରେ ପହଞ୍ଚିବା, ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବୀ ହେବାକୁ ପ୍ରୋତ୍ସାହିତ କରିବା, ସଫଳ ମହିଳା ଚାଷୀଙ୍କୁ ସମ୍ମାନିତ କରିବା, ମହିଳାଙ୍କୁ ରାଜନୈତିକ ଓ ସାମାଜିକ ସଶକ୍ତିକରଣ କରିବା, ତୃଣମୂଳ ସ୍ତର ପର୍ଯ୍ୟନ୍ତ ମହିଳା ସଂଗଠନ କରିବା ଏବଂ ମହାନଦୀ ପୋଲାଭରମ ତଥା ରାଜ୍ୟର ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗକୁ ଘରେ ଘରେ ପହଞ୍ଚାଇବା ଭଳି 6ଟି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ନବୀନ ନିର୍ଦେଶ ଦେଇଛନ୍ତି ।

ଆଜିଠୁ 30 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ମହିଳା ସବାବେଶରେ ତୃଣମୂଳ ସ୍ତରରେ ସବୁ ମହିଳାଙ୍କୁ ସାମିଲ କରି ଏହିସବୁ ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ଆଲୋଚନା ପରେ ନିର୍ଦ୍ଧିଷ୍ଟ ନିଷ୍ପତ୍ତି ଗ୍ରହଣ କରି ଦଳର ତାଙ୍କ ପାଖକୁ ରିପୋର୍ଟ ପଠାଇବାକୁ ନବୀନ ନିର୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

12 + twelve =