ଆସନ୍ତାକାଲି ବନ୍ଦ ଡାକରା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ

କୋଲକାତା()    ଆସନ୍ତାକାଲି ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ସେପଟେ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ପଶ୍ଚିମବଙ୍ଗରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଥିବା ବେଳେ ନରମିଛନ୍ତି ରାଜ୍ୟ ସରକାର । କାମରେ ଯୋଗଦେବାକୁ ଆନ୍ଦୋଳନକାରୀ ଡାକ୍ତରଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସ୍ୱାସ୍ଥ୍ୟାବସ୍ଥାରେ ସ୍ୱାଭାବିକ ସ୍ଥିତି ଆଣିବାକୁ ସରକାର ପ୍ରୟାସ ଚାଲିଛି । କଥାବାର୍ତ୍ତା ଜରିଆରେ ଘଟଣାର ସମସ୍ତ ଦାବି ପୂରଣ ହୋଇପାରିବ ବୋଲି ସେ କହିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହେବାକୁ ସର୍ତ୍ତ ରଖିଲେ ଡାକ୍ତର। କହିଲେ, ସ୍ଥାନ ଓ ସମୟ ଆମେ ସ୍ଥିର କରିବୁ। କୋଲକାତାରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି ପଶ୍ଚିମବଙ୍ଗରେ ରେସିଡେଣ୍ଟ ଡାକ୍ତରଙ୍କ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଛି। ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ଯାଏ ଧର୍ମଘଟ ଚେତାବନୀ ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

seventeen − 15 =