ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ମୋ ବିରୋଧରେ ଏପରି କରାଯାଇଛି : ଅନୁଭବ

ଭୁବନେଶ୍ୱର() କଂଗ୍ରେସର ଅଭିଯୋଗ ମିଛ ଏବଂ ଭିତିହୀନ । ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ମୋ ବିରୋଧରେ ଏପରି କରାଯାଇଛି ବୋଲି ପ୍ରତିକି୍ରୟା ରଖିଛନ୍ତି ସାଂସଦ ଅନୁଭବ ମହାନ୍ତି ।
ସୂଚନା ଅନୁସାରେ, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମିଥ୍ୟା ସତ୍ୟପାଠ କରିଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା

କଂଗ୍ରେସର ଅଭିଯୋଗ , ୨୦୧୪ ରାଜ୍ୟସଭା ନିର୍ବାଚନ ସମୟରେ ମିରଟର ସୋଭିଏତ ୟୁନିଭର୍ସିଟି ଅଫ ଟେକ୍ନୋଲଜିରୁ ଯୁକ୍ତ ୩ ପାସ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଅନୁଭବ । କିନ୍ତୁ ଆରଟିଆଇ ତଥ୍ୟ କହୁଛି, ଅନୁଭବ ଏବେ ବି କଟକ କନ୍ଦରପୁର କଲେଜର ଯୁକ୍ତ ୩ ଛାତ୍ର । ତେଣୁ ବିନା ମାଇଗ୍ରେସନ ସାର୍ଟିଫିକେଟରେ ଅନୁଭବ କିପରି ଅନ୍ୟ ବିଶ୍ୱ ବିଦ୍ୟାଳୟରେ ପାଠ ପଢିଲେ ଏବେ ତାକୁ ନେଇ ଉଠିଛି ପ୍ରଶ୍ନ ।

Share

Leave a Reply

Your email address will not be published. Required fields are marked *

nine + ten =