ସୋଆ ପକ୍ଷରୁ ବେଙ୍ଗାଲୁରୁରେ ଶିଳ୍ପକ୍ଷେତ୍ରର ବ୍ୟକ୍ତିବିଶେଷଙ୍କୁ ନେଇ ଆଲୋଚନାଚକ୍ର

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଗତ ମେ ୧୯ ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ‘ସୋଆ ପ୍ରକ୍ସିମା ୨୦୨୩’ରେ ଶିଳ୍ପ କ୍ଷେତ୍ରର ପ୍ରାୟ ୧୦୦ ଜଣ ମାନବ ସମ୍ବଳ ବିଶେଷଜ୍ଞ ସାମିଲ ହୋଇଥିଲେ ।
କ୍ୟାମ୍ପସ୍‌ରେ ନିଯୁକ୍ତି ପ୍ରଦାନ କରୁଥିବା ବୃତିଗତ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିବା ବେଳେ ଅର୍ଥପୂର୍ଣ୍ଣ ଜ୍ଞାନର ଆଦାନପ୍ରଦାନ ଏବଂ ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ସହଭାଗିତା ନେଇ ବିଶେଷ ଆଲୋଚନା ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ମାନବ ସମ୍ବଳ ନେତୃବୃନ୍ଦ ଶିକ୍ଷା ଓ ଶିଳ୍ପ ମଧ୍ୟରେ ଅନୁବନ୍ଧିତା ନେଇ ସେମାନଙ୍କର ଅନୁଭୂତି ବଖାଣି ଥିଲେ ।
ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ବିକାଶ କ୍ଷେତ୍ରରେ ଶିକ୍ଷା ଓ ଶିଳ୍ପ ମଧ୍ୟରେ ସହଭାଗିତାର ଗୁରୁତ୍ୱ ସମ୍ପର୍କରେ ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ସୋଆର ଇଣ୍ଡଷ୍ଟ୍ରି ଏନଗେଜମେଂଟ ଆଣ୍ଡ କର୍ପୋରେଟ ରିଲେସନ୍ସ ମୁଖ୍ୟ ଶ୍ରୀ ରୀପ୍ତି ରଞ୍ଜନ ଦାଶ ନିକଟ ବର୍ଷରେ ନିଯୁକ୍ତିର ଚିତ୍ର ଉପରେ ଆଲୋକପାତ କରିବା ସହ ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ରରୁ ଆସିଥିବା ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଥିଲେ ।
ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର ସାରଦା ପତି ବର୍ତମାନ ବିଶ୍ୱବିଦ୍ୟାଳୟର ଶୈକ୍ଷିକ କାର୍ଯ୍ୟକ୍ରମ ଓ ଶିଳ୍ପ କ୍ଷେତ୍ରକୁ ଆଖିରେ ରଖି ପ୍ରସ୍ତୁତ ପାଠ୍ୟକ୍ରମ କିଭଳି ଛାତ୍ରଛାତ୍ରୀମାନଙ୍କୁ କୁଶଳୀ ହେବା ସହ ଓ ଶିଳ୍ପ କ୍ଷେତ୍ର ପାଇଁ ପ୍ରସ୍ତୁତ କରୁଛି ସେ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

19 − 4 =