ସେପ୍ଟେମ୍ବର ୨୦ରେ ପୃଥିବୀ ସହ ଧକ୍କା ଖାଇପାରେ କ୍ଷୁଦ୍ରଗ୍ରହ

ଆମେରିକା ମହାକାଶ ସଂସ୍ଥା ନାସା ଅନୁଯାୟୀ, ସିଡନୀ ହାର୍ବର ବ୍ରିଜ୍ ଲମ୍ବର ଏହି ପଥରଖଣ୍ଡ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି । ଘଣ୍ଟା ପ୍ରତି ୨୩,୧୦୦ କିଲୋମିଟର ବେଗରେ ଏହା ପୃଥିବୀ ଆଡକୁ ଆସୁଛି । ସେପ୍ଟେମ୍ବର ୨୦ରେ ଏହି ପଥରଖଣ୍ଡ ପୃଥିବୀ ଠାରୁ ୫.୩ ନିୟୁତ କିଲୋମିଟର ଦୂରରେ ଗତି କରିବ ।

କିନ୍ତୁ ଏହାସତ୍ତ୍ୱେ ମଧ୍ୟ ଏହି ପଥରଖଣ୍ଡ ପୃଥିବୀ ପାଇଁ ବଡ ସଙ୍କଟ ଆଣିପାରେ। ଏହାର ପ୍ରଭାବରେ ପୃଥିବୀରେ ମହାପ୍ରଳୟ ହୋଇପାରେ। କାରଣ ମହାକାଶରୁ ପୃଥିବୀ ଆଡକୁ ଏକ କ୍ଷୁଦ୍ରଗ୍ରହ ବା ପଥର ଖଣ୍ଡ ୨୦୦୦ QW7 ମାଡି ଆସୁଛି । ଏହି ପଥରଖଣ୍ଡ ପୃଥିବୀ ସହ ଧକ୍କା ହେଲେ ଭୟଙ୍କର ସ୍ଥିତି ଉପୁଜିବାର ସମ୍ଭାବନା ଥିବା କଥା କୁହାଯାଉଛି।

ପୃଥିବୀଠାରୁ ୧୪୯.୬ ନିୟୁତ କିଲୋମିଟର ଦୂରରେ କୌଣସି ବସ୍ତୁ ଗତି କଲେ ଏହାକୁ ପୃଥିବୀର ନିକଟରେ ଗତି କରୁଛି ବୋଲି ଧରି ନିଆଯାଇଥାଏ । ତେବେ ପ୍ରାୟ ୨୧୦୦ ଫୁଟର ଏହି ବିଶାଳକାୟ ପଥରଖଣ୍ଡ ପୃଥିବୀ ଠାରୁ ମାତ୍ର ୫.୩ ନିୟୁତ କିଲୋମିଟର ଦୂରରେ ଗତି କରିବ । ଏହି କ୍ଷୁଦ୍ରଗ୍ରହଗୁଡ଼ିକ ପୃଥିବୀ ଭଳି ସୂର୍ୟ୍ୟର ପରିକ୍ରମା କରୁଛନ୍ତି । ଶେଷଥର ପାଇଁ ଏହି କ୍ଷୁଦ୍ରଗ୍ରହକୁ ୧ ସେପ୍ଟେଟର ୨୦୦୦ ମସିହାରେ ଦେଖିବାକୁ ମିଳିଥିଲା । ତେବେ ଏହାପରେ ଏହି ପଥରଖଣ୍ଡ ଦୃଶ୍ୟମାନ ହୋଇ ନଥିଲା ।

Share

Leave a Reply

Your email address will not be published. Required fields are marked *

3 × two =