ଶଗଡ ଗାଡି ଉପରେ ବି ଜରିମାନା

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ୫୦୦ରୁ ଆରମ୍ଭ ହୋଇ ୬ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚାଲାଣ କଟାଯାଇଥିବାର ଖବର ସାମ୍ନାକୁ ଆସିଛି ।କେବଳ ବାଇକ୍ ଓ କାର ନୁହେଁ ଶଗଡ ଗାଡି ଉପରେ ମଧ୍ୟ ଚାଲାଣ କଟାଯାଇଥିବାର ଖବର ସାମ୍ନାକୁ ଆସିଛି ।ଘଟଣାଟି ହେଲା ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାର ସାହସପୁର ଅଞ୍ଚର ।

ସୂଚନାଅନୁସାରେ ଏସଆଇ ପଙ୍କଜ କୁମାରଙ୍କ ନେତୃତ୍ୱରେ ପୋଲିସ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ବେଳେ ଜମି ପାଖରେ ଏକ ଶଗଡ ଗାଡି ଦେଖିଥିଲେ । ଯାହା ପାଖରେ କାହାକୁ ଦେଖିବାକୁ ମିଳିନଥିଲା । ତେବେ ପଚରାଉଚରା ପରେ ଶଗଡର ମାଲିକ ରିଆଜ ହସନ ବୋଲି ଜାଣିବାକୁ ପାଇଥିଲା ପୋଲିସ । ଏହାପରେ ଉକ୍ତ ଶଗଡ ଗାଡିକୁ ରିଆଜଙ୍କ ଘରକୁ ଆଣିବା ସହ ବିନା ବୀମାରେ ଗାଡି ଚଲାଉଥିବାରୁ ୧ ହଜାର ଟଙ୍କାର ଚାଲାଣ କାଟିଥିଲା ପୋଲିସ ।

ତେବେ ନିଜ କ୍ଷେତ ନିକଟରେ ଶଗଡ ଗାଡି ରଖିବା ପାଇଁ କେଉଁ କାରଣରୁ ତାଙ୍କ ନାଁରେ ଚାଲାଣ କଟାଗଲା ସେନେଇ ପ୍ରଶ୍ନ ଉଠାଇଥିଲେ ରିଆଜ । ଏପରିକି ମୋଟରଯାନ ଆଇନରେ ଶଗଡ ଗାଡିକୁ ନେଇ କୌଣସି ଜରିମାନାର ବ୍ୟବସ୍ଥା ନାହିଁ । ଆଉ ଏହି ଖବର ଜାଣିବା ପରେ ନିଜର ତ୍ରୁଟି ସୁଧାରିବା ସହ କଟାଯାଇଥିବା ଚାଲାଣକୁ ରଦ୍ଦ କରିଥିଲା ପୋଲିସ ।

Share

Leave a Reply

Your email address will not be published. Required fields are marked *

two × one =