ବର୍ଷକ ପାଇଁ ଛାଡ଼ ହେଲା ସ୍କୁଲ ଫିସ୍

ଶିକ୍ଷାନୁଷ୍ଠାନମାନଙ୍କୁ କଡା ନିର୍ଦ୍ଦେଶ । କରୋନା ମହାମାରୀ ପାଇଁ ଆଉ ମାଗିପାରିବେନି ଫିସ୍ । ଏପରିକି ସ୍କୁଲ ଫି ଜମା କରିବା ପାଇଁ ଯଦି କୌଣସି ଶିକ୍ଷାନୁଷ୍ଠାନ ପକ୍ଷରୁ ଅଭିଭାବକମାନଙ୍କ ଉପରେ କୌଣସି ପ୍ରକାରର ଚାପ ପକାଯାଏ ତେବେ ସଂପୃକ୍ତ ଶିକ୍ଷାନୁଷ୍ଠାନ ବିରୋଧରେ ମହାମାରୀ ଆକ୍ଟ ଅନୁସାରେ ଗ୍ରହଣ କରାଯିବ କଡା କାର୍ଯ୍ୟାନୁଷ୍ଠାନ ।

ତାଲାବନ୍ଦ କଟକଣା ସମୟରେ ଫି ଆଳରେ ଅଭିଭାବକଙ୍କୁ ହଇରାଣ କରୁଥିବା ଶିକ୍ଷାନୁଷ୍ଠାନ ବିରୁଦ୍ଧରେ ଏଭଳି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ପଂଜାବ ସରକାର । କରୋନା କାଳରେ ଅଭିଭାବକଙ୍କ ଆର୍ଥିକ ସଂକଟକୁ ନଜରରେ ରଖି ଖୋଦ୍ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ କରୋନା ମହାମାରୀ ପାଇଁ ରାଜ୍ୟର କୌଣସି ବି ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ କୌଣସି ପ୍ରକାରର ଫିସ୍ ତଥା ଆଡମିସନ, ରି-ଆଡମିସନ ଏବଂ ଟ୍ୟୁସନ ବାବଦକୁ ଫିସ୍ ନନେବା ପାଇଁ କୁହାଯାଉଛି । ଏଥିସହିତ ଯଦି କୌଣସି ଅଭିଭାବକଙ୍କ ଉପରେ କୌଣସି ପ୍ରକାରର ଚାପ ପକାଯାଏ ତେବେ ସଂପୃକ୍ତ ସ୍କୁଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ ।

ତେବେ ପଂଜାବ ସରକାରଙ୍କ ଏହି ନିୟମ ଘରୋଇ ସ୍କୁଲମାନଙ୍କ କ୍ଷେତ୍ରରେ କିନ୍ତୁ ଲାଗୁ କରାଯାଇ ନାହିଁ । ଘରୋଇ ସ୍କୁଲରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଫିସ୍ ଛାଡ ହେବ କି ନାହିଁ ଏନେଇ କୋର୍ଟରେ ବିଚାର ଚାଲିଛି ବୋଲି କହିଛନ୍ତି ପଂଜାବ ସରକାର । ରାଜ୍ୟର କୌଣସି ବି ସରକାରୀ ବିଦ୍ୟାଳୟ ଫିସ୍ ନଦେବା କାରଣରୁ କୌଣସି ବି ପିଲାକୁ ସ୍କଲରୁ ବାହାର କରିପାରିବେ ନାହିଁ ବୋଲି କଡା ଚେତବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିିଂହ ।

Share

Leave a Reply

Your email address will not be published. Required fields are marked *

18 − seventeen =