ରାଷ୍ଟ୍ରପତି ଭବନରେ ଧର୍ମନିରପେକ୍ଷତାର ଭାବନା

ନୂଆଦିଲ୍ଲୀ, 06/06 ():  ରାଷ୍ଟ୍ରପତି ଭବନ ଧର୍ମନିରପେକ୍ଷତାର ଭାବନା ରଖୁଛି, ଏମିତି ବାର୍ତ୍ତା ଦେବାକୁ ଏଣିକି ରାଷ୍ଟ୍ରପତି ଭବନରେ କୌଣସି ଧର୍ମ ସହ ଜଡିତ କାର୍ଯ୍ୟକ୍ରମର ଆୟୋଜନ କରାଯିବନି  । ଏଥିସହିତ ଚଳିତ ବର୍ଷ ରାଷ୍ଟ୍ରପତି ଭବନରେ ଇଫତାର ପାର୍ଟି ଆୟୋଜନ ହେବ ନାହିଁ । ଦେଶର କରଦାତାଙ୍କ ଅର୍ଥରେ କୌଣସି ଧର୍ମର ଉତ୍ସବ ପାଳନ କରାଯିବ ନାହିଁ।

ଏମିତି ନିଷ୍ପତ୍ତି ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ମାର୍ଗରେ ପାଦ ଦେଇଛନ୍ତି। କଲାମ ନିଜର କାର୍ଯ୍ୟକାଳ ସମୟରେ ଇଫତାର ପାର୍ଟି ଉପରେ ରୋକ ଲଗାଇ ଦେଇଥିଲେ। ୨୦୦୨ରୁ ୨୦୦୭ ମଧ୍ୟରେ ରାଷ୍ଟ୍ରପତି ଭବନରେ ଇଫତାର ଆୟୋଜନ ହେଉନଥିଲା । ରାଷ୍ଟ୍ରପତି କଲାମ ଦ୍ବାରା ହେବାକୁ ଥିବା ଖର୍ଚ୍ଚକୁ ଗରିବ, ବେସାହାରା ଶିଶୁଙ୍କ ଶିକ୍ଷା ପାଇଁ ଦାନ କରି ଦେଉଥିଲେ। ମାତ୍ର କଲାମଙ୍କ କାର୍ଯ୍ୟକାଳରେ କ୍ରିସମାସ ସମୟରେ କ୍ୟାରେଲ ସିଙ୍ଗିଗ ହୋଇଥିଲା। କଲାମଙ୍କ ପରେ ରାଷ୍ଟ୍ରପତି ପଦରେ ଥିବା ପ୍ରତିଭା ପାଟିଲ ପୁଣି ଥରେ ରାଷ୍ଟ୍ରପତି ଭବନରେ ଇଫତାର ପାର୍ଟିର ଆୟୋଜନ ଆରମ୍ଭ କରିଥିଲେ। ଯାହାକୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ଜାରି ରଖିଥିଲେ।

ରାଷ୍ଟ୍ରପତି ଭବନର ଏହି ନିଷ୍ପତ୍ତି ପରେ ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏହା ଉପରେ ନିରବ ରହିବା ଉଚିତ୍ ମନେ କରିଛି। କଂଗ୍ରେସର କହିବା କଥା ଏହା ରାଷ୍ଟ୍ରପତିଙ୍କ ନିଷ୍ପତ୍ତି। ତେଣୁ ଏହା ଉପରେ ଆମେ କୌଣସି ଟିପ୍ପଣୀ କରିବାକୁ ଚାହୁଁନାହିଁ। ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳରେ ଡିସେମ୍ବରରେ ରାଷ୍ଟ୍ରପତି ଭବନରେ କ୍ରିସମାସ ସମୟରେ କ୍ୟାରେଲ ସିଙ୍ଗିଗ ଏବଂ ଦୀପାବଳିର ଆୟୋଜନ ମଧ୍ୟ ହୋଇନଥିଲା। ଏଥିରୁ ସ୍ପଷ୍ଟ ଯେ ରାମନାଥ କୋବିନ୍ଦ ରାଷ୍ଟ୍ରପତି ଥିବା ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନରେ କୌଣସି ଧର୍ମର ଉତ୍ସବ ପାଳନ କରାଯିବ ନାହିଁ।

Share

Leave a Reply

Your email address will not be published. Required fields are marked *

19 − two =