ପୁଣି ଜମ୍ମୁକଶ୍ମୀରରେ ୫ ଯବାନ ସହିଦ୍

ଜମ୍ମୁ କଶ୍ମୀରରେ କୁପାୱାଡ଼ା ଜିଲ୍ଲାରେ ଗତ ୬୦ ଘଣ୍ଟା ଧରି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଜାରି ରହିବା ସହ ୫ ଜଣ ଯବାନ ସହିଦ୍ ହୋଇଛନ୍ତି। ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୩ ଜଣ ସିଆରପିଫ୍ ଯବାନ ଏବଂ ୨ ଜଣ ଜମ୍ମୁ-କଶ୍ମୀରର ପୁଲିସ୍ କର୍ମୀ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ସମୟରେ ଜଣେ ଆତଙ୍କବାଦୀ ମରିଯାଇଥିବା ସୁରକ୍ଷାକର୍ମୀ ଭାବିଥିଲେ। ହେଲେ ସେ ହଠାତ୍ ତଳୁ ଉଠି ଏକ ଭଙ୍ଗା ଘର ଭିତରେ ପଶି ଆଖିବୁଜା ଗୁଳି ଚାଳନା କରିଥିଲା।

ଅଧିକାରୀଙ୍କ କହିବା ମୁତାବକ କୁପାୱାଡ଼ା ଜିଲ୍ଲାରେ ଆତଙ୍କବାଦୀ ଉପସ୍ଥିତ ଥିବା ସୂଚନା ପାଇ ସେଠାକୁ ସୁରକ୍ଷାକର୍ମୀଙ୍କୁ ପଠାଯାଇଥିଲା।ଆଉ ଉକ୍ତ ଇଲାକାକୁ ଘେରାବନ୍ଦୀ କରି ଆତଙ୍କବାଦୀଙ୍କୁ ଜବାବ ଦିଆଯାଇଥିଲା।

ଅନ୍ୟପକ୍ଷରେ ଏଲ୍ଓସି ନିକଟସ୍ଥ ଘାଟି ଏବଂ ୭୦ରୁ ଅଧିକ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ପାକିସ୍ତାନ ସପ୍ତାହକ ମଧ୍ୟରେ ୬୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

two × 1 =